ପ୍ରକାଶପୁର ମହିମା ଆଶ୍ରମରେ ହେପି ପେରେଣ୍ଟିଙ୍ଗ୍ ଔକସପ୍
ଅଦ୍ୟ ତା ୦୧/୧୨/୨୦୨୪ ରବିବାର ଦିନ ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୁକ୍ତା ପ୍ରକାଶପୁରରେ ମହିମା ଆଶ୍ରମରେ ବୈଦିକ ଆନ୍ତର୍ଜାତୀୟ ବିଦ୍ୟାଳୟ ଦ୍ବାରା ହେପି ପେରେଣ୍ଟିଙ୍ଗ୍ ଔକସପ୍ ବୈଦିକ ଆନ୍ତର୍ଜାତୀୟ ବିଦ୍ୟାଳୟର ଚେୟାରମେନ ଶ୍ରୀଯୁକ୍ତ ଆନନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଏହି କର୍ମଶାଳାରେ ପ୍ରଥମେ ମାଁ ସମଲେଶ୍ଵରୀ ଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସମ୍ମାନୀତ ଅତିଥି ଭାବେ ଅମ୍ବାଭୋନା ବ୍ଳକର ଏ ବିଇଓ ଶ୍ରୀଯୁକ୍ତ ଲାଲ୍ ମୋହନ ସିଂ,ଏ ବିଇଓ, ଶ୍ରୀଯୁକ୍ତ ମୋହନ ଚରଣ ମହନ୍ତ, ଗାଡେନିଆ ଏକାଡେମୀର ଚେୟାରମେନ ଶ୍ରୀଯୁକ୍ତ ଗୁନାରୁ ପ୍ରଧାନ ଯୋଗଦାନ କରିଥିଲେ । ବୈଦିକ କଲେଜ ର ପ୍ରିନ୍ସିପାଲ ଶ୍ରୀଯୁକ୍ତ ସୁକାନ୍ତ କୁମାର ମହାପାତ୍ର କର୍ମଶାଳାର ଉଦ୍ଦେଶ୍ୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ । ସମସ୍ତ ଅତିଥି ମାନଙ୍କୁ ବୈଦିକ ଗ୍ରୁପ୍ ଅଫ୍ ଇନ୍ଷଟିଚିଉସନ ର ଚେୟାରମେନ ଶ୍ରୀଯୁକ୍ତ ଆନନ୍ଦ ଅଗ୍ରୱାଲ ସ୍ମୃତିଫଳକ ଓ ଉପଢ଼ୌକନ ଦେଇ ସମ୍ମାନୀତ କରିଥିଲେ। ଚେୟାରମେନ ଶ୍ରୀଯୁକ୍ତ ଆନନ୍ଦ ଅଗ୍ରୱାଲ ବିଭିନ୍ନ ଉଦାହରଣ ଦେଇ କମ୍ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନେ କିପରି ସର୍ବାଧିକ ନମ୍ବର ରଖିପାରିବେ ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକ ମାନଙ୍କୁ ବୁଝାଇଥିଲେ । କର୍ମଶାଳାରେ ଉପସ୍ଥିତ ସମସ୍ତ ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ , ସହକାରୀ ଶିକ୍ଷକ, ସାମ୍ବାଦିକ ମାନଙ୍କୁ ସ୍ମୃତିଫଳକ ଓ ଉପଢ଼ୌକନ ଦେଇ ସମ୍ମାନୀତ କରିଥିଲେ ପ୍ରିତିସହୁ ନୃତ୍ୟ ଗ୍ରୁପ୍ ଓ ବୈଦିକ କଲେଜ ବରଗଡ ଗୃପ୍ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ଦ୍ୱାରୀର ସ୍ବାଧିନ କୁମାର ସାହୁ ଙ୍କୁ ଡେଡିକେଟେଟ୍ ଟିଚର୍ ଭାବେ ସମ୍ମାନୀତ କରାଯାଇଥିଲା । ଏହି କର୍ମଶାଳାରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର। ପ୍ରଦାନ କରାଯାଇଥିଲା । ଶିକ୍ଷା ପ୍ରେମୀ ଆନନ୍ଦ ଅଗ୍ରୱାଲ ଙ୍କ ଶିକ୍ଷା ପ୍ରତି ଅବଦାନ ଲାଗି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ,କର୍ମଚାରୀ ,ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଭୁୟସୀ ପ୍ରଶଂସା କରିଥିଲେ । ଏହି କର୍ମଶାଳାକୁ ବୈଦିକ ଆନ୍ତର୍ଜାତୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଯୋଗଦାନ କରି ସଭା କୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ବୈଦିକ କଲେଜ ର ପ୍ରିନ୍ସିପାଲ ଶ୍ରୀଯୁକ୍ତ ସୁକାନ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।