ମୁଦୁପୁର ପଞ୍ଚାୟତ ମଧ୍ୟ୍ୟ ସ୍ଥଳ ରେ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ନିମନ୍ତେ ବି ଡି ଓ ଙ୍କୁ ଦାବିପତ୍ର ପ୍ରଦାନ କଲେ ପଞ୍ଚାୟତ ପ୍ରତିନିଧି
ଜଗତସିଂହପୁର ତା =3/12/24ଜଗତସିଂହପୁର ପଞ୍ଚାୟତ ସମିତି ଅନ୍ତର୍ଗତ ମୁଦୁପୁର ପଞ୍ଚାୟତ ରେ ଦୀର୍ଘ ଦିନ ହେବ କଲ୍ୟାଣ ମଣ୍ଡପ ନିର୍ମାଣ ଲାଗି ଦ୍ଵନ୍ଦ ଉପୁଜିଛି | ମୁଦୁପୁର ପଞ୍ଚାୟତ ହେଡ଼ କ୍ଯୁଟର ରେ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ଦୁଇଟି ୱାର୍ଡ ର ୱାର୍ଡ ମେମ୍ବର ଦାବି କରୁଥିବା ବେଳେ ପଞ୍ଚାୟତ ର ମଧ୍ୟ୍ୟ ଭାଗ ସିଦ୍ଧଳ ଠାରେ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବା କୁ 12 ରୁ ଉର୍ଦ୍ଧ ୱାର୍ଡ ସଭ୍ୟ, ସଭ୍ୟା, ସରପଞ୍ଚ ଏବଂ ସମୂହ ଗ୍ରାମବାସୀ ଦୀର୍ଘ ଦିନ ହେବ ଦାବି କରିଛନ୍ତି | ଏହି ବିବାଦୀୟ ଘଟଣା ର ଅବସାନ ନିମନ୍ତେ ବି ଡି ଓ ନିରପେକ୍ଷ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଞ୍ଚ ସିଦ୍ଧାର୍ଥ ଶଙ୍କର ଦାସ ନେତୃତ୍ୱ ରେ ନ୍ୟାୟବ ସରପଞ୍ଚ, ୱାର୍ଡ ସଭ୍ୟ ସଭ୍ୟା ଏବଂ ପଞ୍ଚାୟତ ର ମାନ୍ୟଗଣ୍ୟ ବ୍ୟକ୍ତି ବିଡ଼ିଓ ଆଶୁତୋଷ ମିଶ୍ର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ