ଢେଙ୍କାନାଳ: ବାବାଜୀ ପାତ୍ର ବୁକ୍ ଷ୍ଟୋରର ସ୍ବର୍ଗତ ଚୈତନ ପାତ୍ରଙ୍କ ବଡ଼ ପୁତ୍ର ତଥା ଲକ୍ଷ୍ମୀ ବଜାର ପୂଜା କମିଟିର ପୂର୍ବତନ ସମ୍ପାଦକ ଶିବରାମ ପାତ୍ରଙ୍କ ୫୮ବର୍ଷ ବୟସରେ ଗାନ୍ଧୀ ମନ୍ଦିର ରୋଡ ନିଜ ବାସଭବନ ଠାରେ ସକାଳ ୫.୩୦ ସମୟରେ ହୃଦଘାତ ରେ ଦେହାନ୍ତ ହୋଇଯାଇଅଛି। ପୂଜା କମିଟିର ସମସ୍ତ କର୍ମକର୍ତା ଓ ସାହି ବାସିନ୍ଦା ଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ମେଳାପି ଓ ମିଷ୍ଟଭାଷୀ ବ୍ୟକ୍ତି ଥିଲେ।



