ଗ୍ୟାସ ଟାଙ୍କି ଫାଟି ବ୍ୟାପକ ସାମଗ୍ରୀ ପୋଡି ଧୂଳିସାତ
ଜଗତସିଂହପୁର
ତା =3/12/24
ଜଗତସିଂହପୁର ସହର ଉପଖଣ୍ଡ ରେ ଥିବା ବାବା ବିଶ୍ଵନାଥ କ୍ୟାଣ୍ଟିନ ରେ ଫାଟିଲା ଗ୍ୟାସ ଟାଙ୍କି। ହୁତୁ ହୁତୁ ହୋଇ ଜଲିଗଲା ଜଳଖିଆ ଦୋକାନ ଘର। ଘଟଣା ସ୍ଥଳରେ ଦୁଇଟି ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ କରୁଛନ୍ତି। ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଦେଖିବା ପାଇଁ ମିଳିଛି। ଅପରାହ୍ନ ରେ ଦୋକାନ ଘର ଭିତରେ ଥିବା ଗ୍ୟାସ ଟାଙ୍କି ହଟାତ ଫାଟିଥିଲା। ଭୟରେ ଲୋକେ କିଏ କୁଆଡେ଼ ପଳେଇ ଯାଇଥିଲେ। ତେବେ କେଉଁ କାରଣ ପାଇଁ ଗ୍ୟାସ ଟାଙ୍କି ଫାଟିଲା ତାହା ଜଣା ପଡିନାହିଁ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ l
/ January 20, 2025
No Comments