ଆନୁର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୪ ପାଳନ
ଅନୁଗୋଳ ଜିଲ୍ଲାରେ ଅଦ୍ୟ ତା ୦୩ ।୧୨।୨୦୨୪ ରିଖ ମଙ୍ଗଳବାର ଦିନ ଅନୁଗୋଳ ଜିଲ୍ଲା ପ୍ରଶାସନ ଦ୍ବାରା ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୪ ପାଳନ କରାଯାଇଅଛି । ଏଥିରେ ମୁଖ୍ୟ ଉନ୍ନୟନ ଅଧୀକାରୀ, ଜିଲ୍ଲା ପରିଷଦ, ଅନୁଗୋଳ ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ ଅଧ୍ଯକ୍ଷତା କରିଥିଲେ।
କାର୍ଯ୍ୟକ୍ରମଟି ଭିନ୍ନକ୍ଷମ ମାନଙ୍କୁ ନେଇ ଏକ ପଦଯାତ୍ରାରୁ ଆରମ୍ଭ କରଯାଇଥିଲା । ଏହା ପରେ ଏକ ସାଧାରଣ ସଭାର ଆୟୋଜନ କରଯାଇଥିଲା। ଭିନ୍ନକ୍ଷମ ମାନଙ୍କ ନିମନ୍ତେ ଥିବା ବିଭିନ୍ନ ଯୋଜନା ତଥା ସୁବିଧା ସୁଯୋଗଗୁଡିକୁ ଉପସ୍ଥାପନା କରାଗଲା। ଶିକ୍ଷା, ସ୍ବାସ୍ଥ୍ୟ, କ୍ରିଡା,ଚାକିରି ଆଦି କ୍ଷେତ୍ରରେ ଭିନ୍ନକ୍ଷମ ମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ଆହ୍ୱାନ କରାଗଲା । ବିଭିନ୍ନ ବିଦ୍ୟାଳୟରୁ ଯୋଗ ଦେଇଥିବା ଭିନ୍ନକ୍ଷମ ଏବଂ ସାଧାରଣ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରଯାଇ ସମ୍ମାନିତ ଅତିଥିଙ୍କ ଦ୍ବାରା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ମାନଙ୍କ ଦ୍ବାରା ସଂଗୀତ ଓ ନୃତ୍ୟ ନାଟକ ପରିବେଷଣ କରଯାଇଥିଲା। ଭିନ୍ନକ୍ଷମମାନଙ୍କୁ ଶ୍ରବଣ ଯନ୍ତ୍ର ଏବଂ ହୁଇଲ ଚେୟାର ପ୍ରଦାନ କରଯାଇଥିଲା ।
ଏହା ସହିତ ଶ୍ରୀଯୁକ୍ତ ଉଦୟ ନାଥ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ, ଅନୁଗୋଳ, ଶୀଯୁକ୍ତ ବିଶ୍ବ ବିହାରୀ ମହାନ୍ତି, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ଅନୁଗୋଳ, ଶ୍ରୀଯୁକ୍ତ ସୁକାନ୍ତ ସାହୁ, ସହକାରୀ ଜିଲ୍ଲାପାଳ, ଅନୁଗୋଳ, ଶ୍ରୀଯୁକ୍ତ ଗୌରୀ ଶଙ୍କର ବେହେରା, ଶିଶୁ ସୁରକ୍ଷା ଅଧିକାରୀ, ଅନୁଗୋଳ ଓ ଶ୍ରୀଯୁକ୍ତ ନାରାୟଣ ମହାପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଅନୁଗୋଳ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।