ଭୂବନେଶ୍ୱର, ୦୪/୧୨ : ଆଜି ହେଉଛି ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଦ୍ୱିତୀୟ ଦିନ । ଆଜି ପୁରୀରେ ବିଭିନ୍ନ କାର୍ଯ୍ୟରେ ଯୋଗ ଦେବେ ରାଷ୍ଟ୍ରପତି । ପୁରୀରେ ୯.୩୦ମିନଟ ସମୟରେ ତାଳବଣିଆ ହେଲିପ୍ୟାଡରେ ପହଁଚିଥିଲେ ମହାମହିମ । ହେଲିପ୍ୟାଡରୁ ବାହାରି ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ବଡଦାଣ୍ତରେ ଚାଲିଚାଲି ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ରାଷ୍ଟ୍ରପତିଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ରହିଛନ୍ତି । ଶ୍ରୀଜିଉଙ୍କ ଦର୍ଶନ ସହ ପୂଜାର୍ଚ୍ଚନା ମଧ୍ୟ କରିବେ ରାଷ୍ଟ୍ରପତି। ଶ୍ରୀ ମନ୍ଦିରରେ ରାଷ୍ଟ୍ରପତି ପାଖାପାଖି ଏକ ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

