ଭୂବନେଶ୍ବର, ୦୫/୧୨ : ଶିମିଳିପାଳ ଅଭୟାରଣ୍ୟରେ ବାଘଙ୍କ ଗତିବିଧିକୁ ନଜର ରଖିବ ଏଆଇ କ୍ୟାମେରା । ଦେଶରେ ପ୍ରଥମ କରି ଅଭୟାରଣ୍ୟରେ ଏହି କ୍ୟାମେରା ଲଗାଯାଇଛି । ଫଳରେ ଶିମିଳିପାଳରେ ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ବାଘଙ୍କ ଗତିବିଧିକୁ ପ୍ରତିଟି ସମୟରେ ନିରୀକ୍ଷଣ କରାଯାଇପାରୁଛି। ଅଭୟାରଣ୍ୟରେ ଲଗାଯାଇଥିବା ଏହି ୧୨୦ଟି ଟ୍ରେଲ୍ ଗାର୍ଡ କ୍ୟାମେରା ହାତୀ, ବାଘଙ୍କ ସହ ଶିକାରୀଙ୍କ ଗତିବିଧି ଜାଣି ତୁରନ୍ତ ବନ ଅଧିକାରୀଙ୍କ ମୋବାଇଲ୍କୁ ଫଟୋ ପଠାଇପାରୁଛି ।
ଫଳରେ ବନକର୍ମଚାରୀ ତତ୍କାଳ ଜଙ୍ଗଲରେ ପହଞ୍ଚି ଶିକାରୀଙ୍କୁ ଧରି ପାରୁଛନ୍ତି ବୋଲି ଅବସରପ୍ରାପ୍ତ ପିସିସିଏଫ୍ ଡ. ସୁଶାନ୍ତ ନନ୍ଦ କହିଛନ୍ତି।