ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ପୁଣି ନକ୍ସଲ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ନକ୍ସଲଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଯବାନ ଜଣକ ହେଲେ ବିରେନ୍ଦ୍ର କୁମାର ସୋରୀ ।
ଖବର ମୁତାବକ, ଆବୁଝମାଡ଼ ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ନେଇ ଗୁଇନ୍ଦାସୂତ୍ରରୁ ଖବର ପାଇବା ପରେ ଡିଆରଜି ଏବଂ ସିଆରପିଏଫ ଯବାନ୍ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।
ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚାଳନା କରିଥିଲେ ଯବାନ ମାନେ ମଧ୍ୟ ପାଲଟା ଯବାବ ଦେଇଥିଲେ ହେଲେ ନକ୍ସଲଙ୍କ ଗୁଳିରେ ଜଣେ ଯବାନ ସେଇଠି ଟଳିପଡିଥିଲେ ।ସହିଦ ଯବାନ ବିରେନ୍ଦ୍ର କୁମାର ସୋରୀ ଗତ ୨୦୧୦ରେ ସେ ନାରାୟଣପୁର ଜିଲ୍ଲା ପୋଲିସରେ ଭର୍ତ୍ତି ହୋଇଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


