( ଗଞ୍ଜେଇ ଗଛକୁ ସୁରକ୍ଷା ଦେଉଛି ଜଗତସିଂହପୁର ପୌର ପରିଷଦ )
ଜଗତସିଂହପୁର ତା =17/12/24ଜଗତସିଂହପୁର ପୌର ପରିଷଦ ପକ୍ଷରୁ ସହରାଞ୍ଚଳ ସୌନ୍ଦର୍ଯ୍ୟ କରଣ ନିମନ୍ତେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବିନିଯୋଗ ରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା | ତାର ପରବର୍ତ୍ତୀ ସମୟରେ ପ୍ରତ୍ୟେକ ବୃକ୍ଷ ର ରକ୍ଷଣା ବେକ୍ଷଣା ଅଭାବରୁ ବୃକ୍ଷଗୁଡିକ ମରି ଯିବା ଦ୍ୱାରା ବିଭିନ୍ନ ସ୍ଥାନରେ ଖାଲି ଗୋରଡ଼ି ଅଛି ହେଲେ ବୃକ୍ଷ ନାହିଁ | କିନ୍ତୁ ଦୁଃଖ ଓ ପରୀତାପର ବିଷୟ ପଞ୍ଚାବାନ ନମ୍ବର ଜାତୀୟ ରାଜପଥ ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରେ ୬ ଫୁଟ ଉଚତାର ଏକ ଗଞ୍ଜେଇ ଗଛ ଦେଖିବାକୁ ମିଳିଥିଲା | ଏହି ଗଞ୍ଜେଇ ଗଛ କୁ ଗୋରଡ଼ି ମାଧ୍ୟମ ରେ ସୁରକ୍ଷା ଯୋଗାଇବା ସହିତ ଗଛ ମୂଳରେ ପର୍ଯ୍ୟାପ୍ତ ପାଣି ଦିଆଯାଉଥିବା ଦେଖିବାକୁ ମିଳିଛି |ଦୈନଦିନ ହଜାର ହଜାର ଜନସାଧାରଣ ଯାତାୟାତ କରିବା ସହିତ ଜଗତସିଂହପୁର ପୌର ପରିଷଦ କର୍ମଚାରୀ ରାସ୍ତା ର ଉଭୟ ପାର୍ଶ୍ଵ ସଫା ସୁତୁରା କରୁଥିବା ବେଳେ ଏତେ ବଡ଼ ଗଞ୍ଜେଇ ଗଛ କୁ ପ୍ରକୁତରେ କିଏ ସୁରକ୍ଷା ଯୋଗାଉଥିଲା ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |ଜ଼ିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହରର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ