ବାର୍ଷିକ କ୍ରୀଡ଼ା ବେଳେ ଅଘଟଣ: ଉଚ୍ଚ ଡିଆଁ ଖେଳ ବେଳେ ତଳେ ପଡ଼ି ଭାଙ୍ଗିଲା ଛାତ୍ରଙ୍କ ବାମହାତ
ବାଲିଗୁଡ଼ା:(ସୁଶିଲ କୁମାର ପାଣିଗ୍ରାହୀ): ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ବେଳେ ଘଟିଲା ଅଘଟଣ । ଉଚ୍ଚ ଡିଆଁ ଖେଳ ବେଳେ ତଳେ ପଡ଼ି ଛାତ୍ରଙ୍କ ବାମ ହାତ ଭାଙ୍ଗିଯାଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ଆହତ ଛାତ୍ର ଜଣକ ସପ୍ତମ ଶ୍ରେଣୀର ଲିଙ୍କନ ନାୟକ ହୋଇଥିବା ସୂଚନା ମିଳିଛି । ଘଟଣା ପ୍ରକାରେ ବାଲିଗୁଡ଼ା ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଚାଲିଥିଲା । ଗତକାଲି ଅପରାହ୍ନରେ ଉଚ୍ଚ ଡିଆଁ ଖେଳ ଚାଲିଥିବା ବେଳେ ଛାତ୍ର ଜଣକ ଭୁଇଁରେ ପଡିଯିବାରୁ ତାଙ୍କ ବାମ ହାତରେ ଆଘାତ ଲାଗିଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରଙ୍କୁ ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଚିକିତ୍ସା ପରେ ଛାତ୍ର ଲିଙ୍କନ ନାୟକଙ୍କ ହାତ ଭାଙ୍ଗିଯାଇଥିବା ଜଣାପଡ଼ିଛି । ସେପଟେ ପ୍ରଥମିକ ଚିକିତ୍ସା ପରେ ଡାକ୍ତର ଆହତ ଛାତ୍ରଙ୍କୁ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି । ଆହତ ଛାତ୍ର ଜଣକ ବିଦ୍ୟାଳୟ ଛାତ୍ରାବାସରେ ରହି ପାଠ ପଢୁଥିଲେ । ତାଙ୍କ ଘର ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଦନେକବାଡ଼ି ପଞ୍ଚାୟତର ଜିର୍ଜାମାହା ଗ୍ରାମ ବୋଲି ଜଣାପଡ଼ିଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


