*ଖବର ଆଜିର* ତାରିଖ:୧୯/୧୨/୨୪, ଗୁରୁବାର ୧-ଭୁବନେଶ୍ୱର:ଖ୍ୟାତନାମା ସାହିତ୍ୟିକ ପ୍ରଫେସର୍ ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ଚଳିତ ବର୍ଷର ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର୨-ଭୁବନେଶ୍ୱର:ଆଜିଠୁ ୫ ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ।୩-ଭୁବନେଶ୍ୱର:୧୨୬୮ ପରୀକ୍ଷା କେନ୍ଦ୍ରରେ ହେବ ଯୁକ୍ତ ୨ ପରୀକ୍ଷା, ପଞ୍ଜିକୃତ କରିଛନ୍ତି ୩, ୬୪, ୫୨୭ ଛାତ୍ର-ଛାତ୍ରୀ।୪-କଡାକଡି ହେଲା ବୁକ ସର୍କୁଲାର-୪୭, ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦେବାକୁ ବାଧ୍ୟ ପ୍ରଶାସନିକ ଅଧିକାରୀ।୫-ଉଚ୍ଚ ନ୍ୟାୟାଳୟରେ ମାଲିକ-ଭଡାଟିଆ ମାମଲା:ଘର ଛାଡ଼ିବାକୁ ୧୫ ଦିନିଆ ନୋଟିସ ବାଧ୍ୟତାମୂଳକ।୬-ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ପଶିଲା ଇଡି, ୨୩୧ କୋଟି ଠକେଇ କରିଥିବା ଅଭିଯୋଗ।୭-ଭୁବନେଶ୍ୱର:ଦରବୃଦ୍ଧି ପ୍ରତିବାଦରେ ୬ରେ ରାସ୍ତାକୁ ଓହ୍ଲାଇବ ବିଜେଡ଼ି।୮-ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପରିସରରେ ଉଡ଼ିଲା ୧୦୮ ଫୁଟ ଉଚ୍ଚରେ ଜାତୀୟ ପତାକା।୯-ନୂଆ ବର୍ଷରୁ ଆସିବ ସରକାରଙ୍କ ନୂଆ ଏସ୍ଓପି । ଆପାର୍ଟମେଣ୍ଟ କିଣାବିକା ନେଇ ଫିଟିବ ବାଟ ।୧୦-କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲାର ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ।୧୧-NIACLରେ ୫୦୦ ଆସିଷ୍ଟାଣ୍ଟ୍ ପଦବୀ ପାଇଁ ଆବେଦନ ବିଜ୍ଞପ୍ତି,ଗ୍ରାଜୁଏସନ୍ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ।୧୨-ନୂଆବର୍ଷରୁ ଲାଗୁ ହେବ ୟୁସିସି, ଘୋଷଣା କଲେ ଉତ୍ତରାଖଣ୍ଡ ସରକାର।୧୩-୨୯ରେ ଓଡ଼ିଶା ଆସିବେ ଅମିତ୍ ଶାହ, ସଂଗଠନ ମଜବୁତ୍ ପାଇଁ ହେବ ଆଲୋଚନା।୧୪-ଟିମ୍ ଇଣ୍ଡିଆ ଜର୍ସିରେ ଆଉ ଦିଶିବେନି ଅଶ୍ବିନ, ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର।୧୫-ଡିସେମ୍ବର ୨୧ ନଚେତ୍ ୨୨:ମାତ୍ର ୧୦ଘଣ୍ଟା ୧୮ ମିନିଟ୍ ଓ ୧୮ ସେକେଣ୍ଡର ହେବ ଦିନ।ଏହାକୁ ଇଂରାଜୀରେ Winter Solstice ନାମରେ ଜଣାଯାଏ।୧୬-ଆମ୍ବେଦକରଙ୍କୁ ନେଇ ସଂସଦରେ ହଙ୍ଗାମା । ଶାହଙ୍କ ଇସ୍ତଫା ଦାବି କଲା କଂଗ୍ରେସ ।୧୭-‘ୱାନ୍ ନେସନ ୱାନ୍ ଇଲେକ୍ସନ’ ଲାଗି JPC ଗଠିତ, ଅନୁରାଗ ଠାକୁର ଓ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ୩୧ ସଦସ୍ୟ ସାମିଲ।୧୮-ୟୁଟ୍ୟୁବରଙ୍କୁ ୯.୫ କୋଟି ଜରିମାନା, ଭୁଲ ତଥ୍ୟ ଦେଇ ନିବେଶକଙ୍କୁ ଷ୍ଟକ ବଜାର ପ୍ରତି ଆକର୍ଷିତ କରୁଥିଲେ।୧୯-ମୁମ୍ବାଇ ବୋଟ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି,୧୦୧ ଜଣଙ୍କ ଉଦ୍ଧାର।୨୦-ବ୍ରିସବେନ୍ ଟେଷ୍ଟ ଡ୍ର’; ପଞ୍ଚମ ଦିନରେ ରୋମାଞ୍ଚକର ସ୍ଥିତି, ହେଲେ ବର୍ଷା ସାଜିଲା ବାଧକ।୨୧-କ୍ୟାନସର ପାଇଁ ଆସିଲା ଟିକା, ୨୦୨୫ରୁ ଦେଶର ନାଗରିକଙ୍କୁ ମାଗଣାରେ ଟିକା ପ୍ରଦାନ କରିବ ରୁଷ।୨୨-କିରିଲୋଭଙ୍କ ହତ୍ୟା ପରେ ୟୁକ୍ରେନ ଉପରେ ନିଆଁବାଣ ରୁଷ, ଗୋଟିଏ ଦିନରେ ନିପାତ କଲା ୪୫୦ ଯବାନ।
/ January 20, 2025
No Comments