ଭୂବନେଶ୍ୱର, ୧୯/୧୨ : ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ୫ ଦିନିଆ ରାଜସ୍ଥାନ ଓ ଦିଲ୍ଲୀ ଗସ୍ତରେ ଯିବେ । ୨୧ ଯାଏଁ ରାଜସ୍ଥାନରେ ରହିବେ ପରେ ଦିଲ୍ଲୀରେ ୫୫ତମ ଜିଏସଟି ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ୨୧ତାରିଖ ଦିନ ସେ ରାଜସ୍ଥାନରୁ ଦିଲ୍ଲୀ ଗସ୍ତ କରିବେ । ୨୧, ୨୨ ଓ ୨୩ ତାରିଖ ଦିଲ୍ଲୀରେ ରହିବେ ମୁଖ୍ୟମନ୍ତ୍ରୀ ।
ଏହି ଗସ୍ତ ସମୟରେ ଦିଲ୍ଲୀରେ ଆୟୋଜିତ ୫୫ତମ ଜିଏସଟି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏହାସହ କିଛି କେନ୍ଦ୍ରମନ୍ତ୍ରୀ ଏବଂ ଶୀର୍ଷ ନେତୃତ୍ବଙ୍କୁ ଭେଟି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିଭଳି ରାଜସ୍ଥାନରେ ପ୍ରାକ୍ ବଜେଟ୍ ପ୍ରସ୍ତୁତି ଆଲୋଚନାରେ ଭାଗ ନେବେ ମୁଖ୍ୟମନ୍ତ୍ରୀ । ୨୩ ତାରିଖ ଦିନ ସେ ଦିଲ୍ଲୀରୁ ଭୁବନେଶ୍ୱର ଫେରିବେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


