ଅନୁଗୋଳ ଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ
ଅନୁଗୋଳ,ତା ୧୯.୧୨ – ଆଜି ପୂର୍ବାହ୍ନରେ ଓଡିଶାର ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏକ ଦିନିକିଆ ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସ୍ ଠାରେ ରାଜସ୍ବ ବିଭାଗର ବିଭିନ୍ନ ବିଷୟରେ ସମୀକ୍ଷା କରିଥିଲେ । ଏହି ବୈଠକରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ସ୍ବାଗତ ଭାଷଣ ଦେବା ସହ ଊପସ୍ଥିତ ଅଧିକାରୀମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଊଦୟ କୁମାର ମହାପାତ୍ର ପାଓ୍ବାର ପଏଣ୍ଟ ମାଧ୍ୟମରେ ଜିଲ୍ଲା ସ୍ତରୀୟ ରାଜସ୍ବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରିଥିଲେ । ସମୀକ୍ଷା ବୈଠକରେ ଭୂମିହୀନଙ୍କ ନିମନ୍ତେ ଊଦ୍ଦିଷ୍ଟ ବସୁନ୍ଧରା ଯୋଜନା, ଜଙ୍ଗଲ ଜମି ପଟ୍ଟା ଯୋଜନା, ସରକାରୀ ବିଦ୍ୟାଳୟଗୁଡିକୁ ଜମି ଆବଣ୍ଟନ, ବିଭିନ୍ନ ରାଜସ୍ବ ସେବା ଯଥା – ଜାତି, ଆବାସିକ, ଆୟ, ଉତ୍ତରାଧିକାରୀ ପ୍ରମାଣ ପତ୍ର ଏବଂ ଜମି ମାନ୍ୟବର ମନ୍ତ୍ରୀ ଜିଲ୍ଲାରେ ଥିବା ବିଭିନ୍ନ ଜମି ଜମା ସଂକ୍ରାନ୍ତୀୟ ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ଫୁଖାନୁଫୁଖ ଭାବେ ସମୀକ୍ଷା କରିଥିଲେ । ଏହି ଅବସରରେ ସେ ପ୍ରକୃତ ଭୂମିହୀନମାନଙ୍କୁ ଚିହ୍ନଟ କରି ଜମି ପଟ୍ଟା ପ୍ରଦାନ କରିବା ସହ ସରକାରୀ ଜମିର ଜବର ଦଖଲକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ସେ ଜିଲ୍ଲାରେ ଥିବା ରେଳ ପ୍ରକଳ୍ପ ତାଳଚେର- ବିମଳାଗଡ, ବୁଢାପଙ୍କ -ଜରପଡା, ତାଳଚେର -ଅନୁଗୋଳ ନୂତନ ରେଳ ଲାଇନ୍ ଇତ୍ୟାଦିର ଜମି । ଅଧୂଗ୍ରହଣ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଚଳିତ ମାସ ୨୭ ତାରିଖରୁ ଜିଲ୍ଲାରେ ଆରମ୍ଭ ହେଉଥିବା ଖରିଫ ଧାନ କ୍ରୟ ପ୍ରକ୍ରିୟାର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ସେ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ଅନୁଗୋଳ ଊପଜିଲ୍ଲାପାଳ ଶ୍ରୀ ବରଣ୍ଯେନ୍ଦୁ ମହାନ୍ତି, ତାଳଚେର ଊପଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନା, ଆଠମଲ୍ଲିକ ଊପଜିଲ୍ଲାପାଳ ଶ୍ରୀ ଦିଲ୍ଲିପ କୁମାର ବେହେରା, ପାଲଲହଡା ଊପଜିଲ୍ଲାପା ପାଳ ଶ୍ରୀ ସୁଶାନ୍ତ କୁମାର ପତି, ଆଇଏ ଏସ୍ ପ୍ରୋବେସନରୀ ତେଜସ୍ବିନୀ ବେହେରା, ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସୁସ୍ମିତା ସାହୁ, ଜିଲ୍ଲା ଯୋଗାଣ ଅଧିକାରିଣୀ ଶ୍ରୀମତୀ ସ୍ମିତା ନାୟକ, ଅନୁଗୋଳ ସମବାୟଯସମିତି ସମୂହର ଉପ-ନିବନ୍ଧକ ଶ୍ରୀ ଦୁଖିଆ ଟୁଡ଼ୁ, ସମସ୍ତ ଭୂ-ଅର୍ଜନ ଅଧିକାରୀ, ତହସିଲଦାର ପ୍ରମୁଖ ଯୋଗ ଦେଇଥିଲେ