କେମ୍ବ୍ରିଜ ସ୍କୁଲର ବାର୍ଷିକ ଉତ୍ସବ କ୍ୟାମ୍ବପିଏସଷ୍ଟା ୨୦୨୪
କଟକ : କଟକସ୍ଥିତ ସ୍ଥାନୀୟ ବାରବାଟୀ ଷ୍ଟାଡିୟମ ନିକଟସ୍ଥ କେମ୍ବ୍ରିଜ ସ୍କୁଲର ବାର୍ଷିକ ଉତ୍ସବ କ୍ୟାମ୍ବପିଏସଷ୍ଟା ୨୦୨୪ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଚାରପତି ଡଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ସମ୍ମାନିତ ଅତିଥିଭାବେ ଆଇ ଏମ୍ ଏସ୍ ଓ ସମ୍ ହସ୍ପିଟାଲ ଭୁବନେଶ୍ବରର ବିଭାଗ ମୁଖ୍ୟ ଓ ଅଧ୍ୟକ୍ଷ ଡଃ ଅରକ୍ଷିତ ସ୍ୱାଇଁ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଜ ବକ୍ତବ୍ୟରେ ଉତ୍ସାହିତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ଅଧ୍ୟକ୍ଷ ବ୍ରଦର ଥୋମାସ ଜନ୍ ଓ ଉପାଧ୍ୟକ୍ଷ ବ୍ରଦର ସେବାଷ୍ଟିଆନ୍ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୁଷ୍ପଗୁଚ୍ଛଦେଇ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା। ଅତିଥି ମାନଙ୍କର ବକ୍ତବ୍ୟ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଆଇ ସି ଏସ୍ ଇ ପରୀକ୍ଷାରେ ସର୍ବାଧିକ ସ୍ଥାନ ଅଧିକାର କରିଥିବା ପିଲାମାନଙ୍କୁ ଏବଂ ଶତପ୍ରତିଶତ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଶେଷରେ ଜାତୀୟ ସଂଗୀତ ଗାନ କରାଯାଇ କାର୍ଯ୍ୟକ୍ରମ କୁ ସମାପ୍ତ କରାଯାଇଥିଲା ।