ଦୁଇ ବାଇକ୍ ମୁହାମୁହି ଧକା ରେ ସ୍ବାମୀ ମୃତ ସ୍ତ୍ରୀ ଗୁରୁତର
କଳାହାଣ୍ଡି….ଜୁନାଗଡ଼ ରୁ ମୋଟେର ଦେଇ ଜାଉଥିବା_ ୨୬ ନମ୍ବର ଜାତୀୟ ରାଜପଥ ଚାହାରବାହାଲ ପଖନାଗୁଡା ଛକ ନିକଟରେ ଘଟିଛି ମର୍ମନ୍ତୁକ ସଡକ ଦୁର୍ଘଟଣା । ଦୁଇବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସ୍ବାମୀ ମୃତ ସ୍ତ୍ରୀ ଗୁରୁତ୍ବର ହୋଇଚିକିତ୍ସାଧୀନ ଥିବା ଜଣା ପଡିଛି। ଗୃତୁତ୍ଵ ର କୁ ଜୁନାଗଡ ଡାକ୍ତର ଖାନ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ କ୍ଷତି ପୂରଣ ଦାବିରେ ମୃତକ ଙ୍କ ଶବ ରଖି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ।
ସୂଚନା ଅନୁସାରେ ଦେଉଣ୍ଡି ରାମ ପଡ଼ା ର ଈଶ୍ୱରୀ ସିଂ( ୫୫) ଓ ସ୍ତ୍ରୀ ସଭ୍ୟା ସିଂହ କୋୖଣସି କାମ ନେଇ ଚାହାରବାହାଲ କୁ ଯାଇଥିଲେ, ଫେରିବା ସମୟରେ ମଣ୍ଡି ନିକଟରେ ସାମ୍ନା ପଟୁ ଆସୁଥିବା ଏକ ବାଇକ୍ ସହ ମୁହାମୁହି ଧକା ହୋଇଥିଲା ଘଟଣା ସ୍ଥଳରେ ସ୍ବାମୀ ଈଶ୍ୱର ସିଂ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ସବ୍ୟାରଣୀ ସିଂ ଙ୍କୁ ଗୁରୁତର ଅବସ୍ଥାରେ ଜୁନାଗଡ ଡାକ୍ତର ପଠାଯାଇଥିଲା ।ଅନ୍ୟ ପକ୍ଷେ ଚାରବାହାଲ ର ତିନିଜଣ ଯୁବକ ଦୁର୍ଘଟଣା ଘଟାଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ଗ୍ରାମବାସୀ ଓ ସମ୍ପର୍କୀୟ ରାସ୍ତା ଉପରେକ୍ଷତିପୂରଣ ଦାବିନେଇ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଜୁନାଗଡରୁ ବାଲେଶ୍ବର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।