ଭୂବନେଶ୍ଵର : ଆଜି ଲଘୁଚାପରେ ପରିଣତ ହେବ ଅବପାତ । ଗୋପାଳପୁର ଠାରୁ ୫୯୦ କିଲୋମିଟର ଦୂର ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ସ୍ଥିର ଅଛି । ଫଳରେ ରାଜ୍ୟରେ ବର୍ଷା କମିବ । ବଢିବ ଶୀତ । ଆଜି ଦକ୍ଷିଣ ଉପକୂଳ ଜିଲ୍ଳାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ । ବର୍ଷା କମିବା ସହ ରାଜ୍ୟରେ ବଢ଼ିବ ଶୀତ । ପଶ୍ଚିମା ଝଡ ପ୍ରଭାବରେ ଆଜି କୋହଲା ପାଗ ରହିବ ।
କିଛି ସ୍ଥାନରେ ୨ରୁ ୪ ଡିଗ୍ରି ତାପମାତ୍ରା କମିବ । ଦୁଇଦିନ ନିର୍ଦ୍ଧୁମ ବର୍ଷା ଯୋଗୁ ପାଣି ଭିତରେ ରହିଛି ଧାନ । ଏପଟେ ୨୭ ତାରିଖରେ ପୁଣି ଘର୍ଣ୍ଣିବଳୟ ସୃଷ୍ଟି ହେବା ପୂର୍ବାନୁମାନ କରାଯାଇଛି ।