ଭୂବନେଶ୍ୱର, ୨୧/୧୨ : ନୂଆ ସରକାର କ୍ଷମତାକୁ ଆସିବା ପରେ ଜାଲ୍ ରାସନକାର୍ଡ଼ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଇ-କେୱାଇସି ଯାଞ୍ଚ ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ୪ ମାସ ମଧ୍ୟରେ ୧,୭୭,୦୬୮ଜଣ ଭୂତ ରାସନ୍କାର୍ଡଧାରୀ ଚିହ୍ନଟ ହେଲେଣି। ଏହି ପ୍ରକ୍ରିୟା ଜାରି ରହିଥିବାରୁ ଭୂତ ରାସନକାର୍ଡ଼ଧାରୀଙ୍କ ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି।
ଭୂତ ରାସନକାର୍ଡ଼ଧାରୀଙ୍କ ବଦଳରେ ପ୍ରାୟ ୧,୭୭,୦୬୮ଜଣ ପ୍ରବାସୀ ଓଡ଼ିଆଙ୍କୁ ରାସନକାର୍ଡ଼ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଜାନୁଆରୀରୁ ମିଳିବ ନୂଆ ରାସନକାର୍ଡ। ଜିଲ୍ଲାରେ ସର୍ବାଧିକ ୨୪,୫୭୯ଜଣ ପ୍ରବାସୀଙ୍କୁ ରାସନକାର୍ଡ଼ ଦିଆଯାଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ୧୦୩୫ଜଣ ପ୍ରବାସୀ ଓଡ଼ିଆଙ୍କୁ ରାସନକାର୍ଡ଼ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ଜାଲ୍ ହିତାଧିକାରୀଙ୍କୁ ଚିହ୍ନଟ କରିବା ସକାଶେ ରାଜ୍ୟ ସରକାର ରାସନକାର୍ଡ଼ଧାରୀଙ୍କ ଇ-କେୱାଇସି ଯାଞ୍ଚ ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୦ଲକ୍ଷ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ଶେଷ ହୋଇସାରିଲାଣି। ବର୍ତ୍ତମାନ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩,୨୫,୯୩,୮୭୫ ହିତାଧିକାରୀ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦,୨,୧୪୪ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଜାଲ୍ ହିତାଧିକାରୀଙ୍କୁ ଚିହ୍ନଟ କରିବା ସହିତ ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ରାସନକାର୍ଡ଼ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

