ଖବର ଆଜିର
ତାରିଖ ୨୨/୧୨/୨୦୨୪ ରବିବାର
➡️୨୦୨୧ ତୁଳନାରେ ୨୦୨୩ରେ ଓଡ଼ିଶାରେ ୫୫୯ ବର୍ଗକିମି ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧିପାଇଛି। ଏଥିରେ ଜଙ୍ଗଲ ଅଞ୍ଚଳ ୧୫୧.୮୯ ବର୍ଗକିମି ହୋଇଥିବା ବେଳେ ବୃକ୍ଷ ଅଞ୍ଚଳ ୪୦୬.୬୮ ବର୍ଗକିମି ରହିଛି।
➡️ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲଙ୍କ ପାଇଁ ଆଉ ଏକ ଅଡ଼ୁଆ ଆସିଛି। ଉପରାଜ୍ୟପାଳ ଭିକେ ସକ୍ସେନା ମଦ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ମଞ୍ଜୁରି ଦେଇଛନ୍ତି।
➡️ଶିଶୁ ସନ୍ଥ’ ଭାବରେ ଜଣାଶୁଣା ୧୦ ବର୍ଷିୟ ଅଭିନବ ଅରୋରାଙ୍କୁ ଟ୍ରୋଲ କରି ଫସିପାରନ୍ତି ୟୁଟ୍ୟୁବର୍ସ। ତାଙ୍କୁ ପରିହାସ କରୁଥିବା ନେଇ ୟୁଟ୍ୟୁବର୍ସଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ଆବେଦନକୁ ଗ୍ରହଣ କରିବା ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୫ ଜାନୁୟାରୀ ୩ରେ ହେବ। ।
➡️ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ୨ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍, କୈଫିୟତ ରଖିବାକୁ ୭ ଦିନର ସମୟ ।
➡️ଟାଲେଣ୍ଟ, ଟେକ୍ନୋଲଜି ଏବଂ ଟ୍ରାଡିସନ୍ର ଏକ ଅଦ୍ଭୂତ ସଙ୍ଗମ’, କୁଏତରେ ପ୍ରବାସୀ ଭାରତୀଙ୍କୁ ସମ୍ୱୋଧନ କଲେ ପିଏମ୍ ମୋଦୀ ।
➡️ପାକିସ୍ତାନରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ଏକ ସେନା ପୋଷ୍ଟକୁ ଟାର୍ଗେଟ କରିଛନ୍ତି। ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖ୍ତୁନଖୱା ପ୍ରଦେଶରେ ଶନିବାର ସକାଳେ ଆତଙ୍କବାଦୀମାନେ ଏକ ସୁରକ୍ଷା ଚେକ୍ ପୋଷ୍ଟଉପରେ ଆକ୍ରମଣ କରି ୧୬ ଜଣ ସୈନିକଙ୍କୁ ହତ୍ୟା କରିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ।
➡️ମାଲକାନଗିରି ଜିଲ୍ଲା ଗସ୍ତ କରି ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଶତପ୍ରତିଶତ ବଣ୍ଡା ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆବାସ ଯୋଜନାରେ ବଣ୍ଡା ଜନଜାତିଙ୍କ ଲାଗି ୫୦ ହଜାର ଟଙ୍କାର ଟପ୍ଅପ୍, ମାଲକାନଗିରି ଜିଲ୍ଲାରେ ୨ଟି ଇକୋ ରିଟ୍ରିଟ୍, ସମଗ୍ର ଜିଲ୍ଲାରୁ ୬୦ ହଜାର ଲକ୍ଷପତି ଦିଦି, ସବୁ ଅଙ୍ଗନୱାଡି ଲାଗି ପକ୍କା ଘର ଏଭଳି ଅନେକ ଘୋଷଣା କରିଛନ୍ତି ପ୍ରଭାତୀ ପରିଡା ।
➡️ଜାନୁଆରୀରୁ ମିଳିବ ମାସିକିଆ ପିଡିଏସ୍ ରାସନ, ୨୫ ସୁଦ୍ଧା ବଣ୍ଟନ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ।
➡️୩ ଦିନ ପରେ ରାଜ୍ୟରେ ବଢିବ ଶୀତ, ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା।
➡️ସଂସଦ ପରିସରରେ ହୋଇଥିବା ଧସ୍ତାଧସ୍ତିର ତଦନ୍ତ ତ୍ୱରାନ୍ୱିତ ହୋଇଛି। ତଦନ୍ତ ଲାଗି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଏକ ୭ ସଦସୀୟ ବିଶେଷ ଯାଞ୍ଚ ଦଳ (ଏସଆଇଟି) ଗଠନ କରିଛି। ପାର୍ଲ୍ୟାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନ ମାମଲାକୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚକୁ ଟ୍ରାନ୍ସଫର କରିଦେଇଛି।
➡️ପେଗାସସ ମାମଲାରେ ହ୍ବାଟ୍ସଆପ୍କୁ ବଡ଼ ବିଜୟ। ପେଗାସସ୍ ସ୍ପାଏଓୟାର ପଛରେ ଥିବା ଇସ୍ରାଏଲ କମ୍ପାନି ଏନଏସଓ ଗ୍ରୁପ୍ ଆଣ୍ଡ୍ ଟେକ୍ନୋଲୋଜି ଏବଂ ହ୍ବାଟ୍ସଆପ୍ ମଧ୍ୟରେ ଚାଲିଥିବା ଏକ ମାମଲାରେ ଇନଷ୍ଟାଣ୍ଟ ମେସେଜିଂ ଆପ୍କୁ ମିଳିଛି ଏହି ବିଜୟ।
➡️ମେକ୍ସିକାନ କୁସ୍ତିର ଦିଗ୍ଗଜ ରେ ମିଷ୍ଟେରିୟୋ ଓରଫ ମିଗୁଏଲ ଏଞ୍ଜେଲ ଲୋପେଜ୍ ଡାୟସଙ୍କର ୬୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଲୁଚା ଲିବ୍ରେ ଏଏଏ ଏକ ଅଧିକାରୀ ବୟାନରେ ଏହି ସୂଚନା ଦେଇଛି।
➡️ମହାନଦୀ ପାଇଁ ଟ୍ରିପଲ ଇଞ୍ଜିନ ତତ୍ପର, ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା ପରେ ବାହାରିବ ସମାଧାନର ବାଟ।
➖➖➖➖➖➖➖➖➖➖➖➖