ଦ୍ରୌପଦୀଦେବୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ର ଷୋହଳବର୍ଷ ପୂର୍ତ୍ତିର ଉତ୍ସବ ପାଳନ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ରେ ଥିବା ଦ୍ରୌପଦୀ ଦେବୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ର ଷୋହଳବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି ଏକ ଭବ୍ୟ ସମାରୋହ। ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଦ୍ଵିପ ପ୍ରଜ୍ଜ୍ୱଳନ କରିବା ସହ ପୂଜାର୍ଚ୍ଚନା କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରଯାଇଥିଲା। ଏହି ପରିପ୍ରେକ୍ଷୀରେ ବଡ଼ବିଲ ଟାଉନ ହଲ ଠାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବିଶେଷ ଭାବରେ ସ୍ଵତନ୍ତ୍ର ଅତିଥି ଡକ୍ଟର ମୃତ୍ୟୁଞ୍ଜୟ ରଥ ଶ୍ରୀମତୀ ମହାପାତ୍ର ମିନତୀ ଭଞ୍ଜ ସୁରମଣି ଗୁରୁ ରମେଶ ଚନ୍ଦ୍ର ଦାସ୍ ଗୁରୁ ନିରଞ୍ଜନ ରାଉତ ପ୍ରଫେସର୍ ଜଗନ୍ନାଥ କୁଅଁର ଗୁରୁ ନିଗମାନନ୍ଦ ସ୍ୱାଇଁ ପ୍ରମୁଖ ଆମନ୍ତ୍ରିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ଉପ ଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ସ୍ଵତନ୍ତ୍ର ଅତିଥି ଭାବେ addl secretery govt of odisa ଶ୍ରୀ କୃଷ୍ଣ ଚନ୍ଦ୍ର ସତପଥୀ ଓ ବଲାଙ୍ଗୀର ଜିଲ୍ଲା ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପଟେଲ୍ ଆମନ୍ତ୍ରିତ ହୋଇ ଆସିଥିବା ବେଳେ ଆମନ୍ତ୍ରିତ ଅତିଥି ଭାବେ ବଡ଼ବିଲ ନଗରପାଳ ଲକ୍ଷ୍ମଣ ମହାନ୍ତ କେନ୍ଦୁଝର ଜିଲ୍ଲା ପରିବହନ ଅଧିକାରୀ ଗୋପାଳ କୃଷ୍ଣ ଦାସ ବଡ଼ବିଲ ପୌର ଅଧିକାରୀ ରମେଶ ଚନ୍ଦ୍ର ନାୟକ, ବଡବିଲ ସେଣ୍ଟ ମେରୀ ସ୍କୁଲ୍ ପ୍ରିନ୍ସେପାଲ୍ ସିଷ୍ଟର କରୁଣା omc rm ଅବନୀ କାନ୍ତ ପ୍ରଧାନ, ସମାଜସେବୀ ଅମଲ କାନ୍ତି ଗୋସ୍ୱାମୀ ଅଭିନ ରାଉତରାୟ ପ୍ରମୁଖ ଆମନ୍ତ୍ରିତ ହୋଇଥିଲେ, ଏବଂ ବଡ଼ବିଲ ଅଞ୍ଚଳର ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଓ ପିଲାଙ୍କ ଅଭିଭାବକ ଉପସ୍ଥିତ ଥିଲେ,ଏହି ଅବସରରେ ଦ୍ରୌପଦୀ ଦେବୀ କଳା ଓ ସାଂସ୍କୃତିକୁ ଅନୁଷ୍ଠାନର ପିଲାମାନେ ତାଙ୍କର କଳା କୌଶଳ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକ ମାନଙ୍କ ମନ ମୋହିଥିଲେ, କୃତ କାର୍ଯ୍ୟ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରଯାଇଥିଲା।ଏହି ପରିପ୍ରେକ୍ଷୀରେ ବଡ଼ବିଲ ଅଞ୍ଚଳର ବିକାସ ଓ ହିତରେ କାର୍ଯ୍ୟ କରିଥିବା ସଙ୍ଗଠନ ଓ ବ୍ୟକ୍ତିବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା ସେଥି ମଧ୍ୟରେ ନିର୍ଭୀକ ଓ ନିରପେକ୍ଷ ସମ୍ବାଦ ପରିବେଷଣ ପାଇଁ ସାମ୍ବାଦିକ ସଙ୍ଗଠନ ଡିଜିଟାଲ ମିଡ଼ିଆ ୱୀଙ୍ଗ କୁ ସମ୍ମାନିତ କରାଯାଇଥିଲା, ସଂଘ ପକ୍ଷରୁ ସରୋଜ କୁମାର ମହାପାତ୍ର ମଞ୍ଚରେ ଉପସ୍ଥିତ ହୋଇ ଏହି ସମ୍ମାନକୁ ଗ୍ରହଣ କରିଥିଲେ । ଦ୍ରୌପଦୀଦେବୀ ବାଳ ଭବନ ପ୍ରତିଷ୍ଠାତା ସ୍ବର୍ଗତ ରାମ ଚରଣ ଅଗ୍ରୱାଲ ଓ ସ୍ବର୍ଗତ ଦ୍ରୌପଦୀଦେବୀ ଅଗ୍ରୱାଲ ଙ୍କର ସ୍ମୃତି କୁ ଉଜ୍ଜୀବିତ କରିଥିଲା ଓ ବର୍ତ୍ତମାନ ର ଚେୟାରପର୍ସନ ଶ୍ରୀମତୀ ନିଳିନି ଅଗ୍ରୱାଲ ଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରିନ୍ସପାଲ ମନୋଜ କୁମାର ସାହୁ ଓ ସମସ୍ତ ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମୁଖ୍ୟ ଭୂମିକା ତୁଲାଇଥିଲେ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ