ବଡ଼ବିଲ ପୌରାଞ୍ଚଳରେ ହନୁମାନ ମୂର୍ତ୍ତି ଭଙ୍ଗାକୁ ନେଇ ବଡ଼ବିଲ ବନ୍ଦ୍।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ନିୟୁମାର୍କେଟ ରେ ବହୁ ପୂର୍ବରୁ ଥିବା ହନୁମାନ ମୂର୍ତ୍ତି କୁ କେହି ଦୁବୃର୍ତ୍ତ ଭାଙ୍ଗି ଦେଇଥିବା ବେଳେ ଏହି ଖବର ଅଞ୍ଚଳରେ ପ୍ରଘଟ ହେବାପରେ ହଜାର ହଜାର ସଂଖ୍ୟାରେ ଲୋକେ ରାଜରାସ୍ତାକୁ ଓହ୍ଲାଇବା ସହ ସମଗ୍ର ବଡ଼ବିଲ ସହରକୁ ବନ୍ଦ୍ କରିଥିବା ଦେଖିବାକୁ ମିଳିଛି, ଏବଂ ଅଞ୍ଚଳରେ ଚପ୍ପା ଉତ୍ତେଜନା ଦେଖାଦେଇଛି, ବଡ଼ବିଲ ପୋଲିସ୍ ପ୍ରଶାସନ ପକ୍ଷରୁ ବଡ଼ବିଲ ଉପଖଣ୍ଡ ଅଧିକାରୀ ଓ ଥାନାଧିକାରୀ ପୋଲିସ୍ ବଳୟ ସହ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି। ବଡ଼ବିଲ ଅଞ୍ଚଳରେ ସମସ୍ତ ଦୋକାନ ବଜାର ଗାଡିଘୋଡା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ