33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଭୁବନ ହାଇସ୍କୁଲ ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି
ଆଜିର ଟୁର୍ନାମେଣ୍ଟ ର ଦ୍ୱିତୀୟ ମ୍ୟାଚ ବିଦାନାସୀ କ୍ରିକେଟ କ୍ଲବ ( କଟକ ) ବନାମ ୟୁନିକ କ୍ରିକେଟ କ୍ଲବ ( କେନ୍ଦୁଝର ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା , ୟୁନିକ କ୍ରିକେଟ କ୍ଲବ ( କେନ୍ଦୁଝର ) ପ୍ରଥମେ ଟଚ ଜିତି ବ୍ୟାଟିଙ୍ଗ କରିବାର ନିଷ୍ପତ୍ତି ନେଇଥିଲା , କେନ୍ଦୁଝର ପ୍ରଥମେ ଟ୍ୟାଟିଙ୍ଗ କରି ନିର୍ଦ୍ଧାରିତ 25 ଓଭର ମ୍ୟାଚ ରେ 24 ଓଭର ଖେଳି ମୂଲ୍ୟବାନ ସମସ୍ତ ବିକେଟ ହରାଇ 138 ରନ କଟକ ବିରୁଦ୍ଧ ରେ ବିଜୟ ଲକ୍ଷ ଦେଇଥିଲା,. ଦଳ ପକ୍ଷ ରୁ ସର୍ବାଧିକ ଆଶୁତୋଷ ସାହା 21 ଟି ବଲ ଖେଳି 22 ରନ, ଋତୁରାଜ ମହାନ୍ତି 23 ଟି ବଲ ଖେଳି 21 ରନ, କଟକ ଦଳ ପକ୍ଷ ରୁ ସର୍ବାଧିକ ଚନ୍ଦ୍ରନାଥ ଦତ୍ତ 4 ଓଭର ବୋଲିଂ କରି 8 ରନ ଦେଇ ମୂଲ୍ୟବାନ 3 ଟି ବିକେଟ ଅକ୍ତିଆୟାର କରିଥିଲେ ,
ଜବାବ ରେ କଟକ 138 ରନ ର ବିଜୟ ଲକ୍ଷ କୁ ପିଛା କରି ନିର୍ଦ୍ଧାରିତ 19 ଓଭର ଖେଳି ଦଳର ମୂଲ୍ୟବାନ 6 ଟି ବିକେଟ ହରାଇ 138 ରନ ସଂଗ୍ରହ କରି ବିଜୟୀ ହୋଇଥିଲେ , ଦଳ ପକ୍ଷ ରୁ ସର୍ବାଧିକ ଚନ୍ଦ୍ରନାଥ ଦତ୍ତ 13 ଟି ବଲ ଖେଳି 29 ରନ କରିଥିଲେ ସେଥିରେ 4 ଟି 4 ଓ 2 ଟି ବିଶାଳକାୟ ଛକା ସାମିଲ ଥିଲା , କେନ୍ଦୁଝର ପକ୍ଷରୁ ସର୍ବାଧିକ ବିଶ୍ୱଜିତ ଜେନା 4 ଓଭର ବୋଲିଂ କରି 26 ରନ ବ୍ୟୟ ରେ ମୂଲ୍ୟବାନ 2 ଗୋଟି ବିକେଟ ଅକ୍ତିଆର କରିଥିଲେ
ଭୁବନ କପ ର ଦ୍ୱିତୀୟ ମ୍ୟାଚ ରେ ବିଡାନାସୀ କଟକ କେନ୍ଦୁଝର କୁ 4 ବିକେଟ ରେ ପରାସ୍ତ କଲା
ଆଜିର ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ ଚନ୍ଦ୍ରନାଥ ଦତ୍ତ ବିବେଚିତ ହୋଇଥିଲେ
ଆଜିର ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ମାତୃପ୍ରଶାଦ ମିଶ୍ର ( ଗୋବର୍ଧନ ମଠ ପୁରୀ ) ଯୋଗ ଦେଇଥିଲେ ସଂମାନିତ ଅତିଥି ଭାବେ ରାଯିବ ଲୋଚନ ବେହେରା ( ଇ. ଓ , ଏନ. ଇ. ସି. ଭୁବନ ), ନିହାର ରଞ୍ଜନ ଧୀର ( J.E ଇଲେକ୍ଟ୍ରିକ ଅଫିସ ଭୁବନ )
ଦୁଇ ବରିଷ୍ଠ ଓସିଏ ପ୍ୟାନେଲ ଆମ୍ପୟାର
ଶ୍ରୀଯୁକ୍ତ ସବ୍ୟସାଚୀ ସାହା ଓ ଜ୍ୟୋତି ପ୍ରକାଶ ମଲ୍ଲିକ ଖେଳ ପରିଚାଳନା କରିଥିଲେ
ଭୁବନ କ୍ରିକେଟ କ୍ଲବ ର ବରିଷ୍ଠ ସଦସ୍ୟ ଅମିତାଭ ସାହୁ ମଞ୍ଚ ପରିଚାଳନା କରିଥିଲେ
ଧାରା ବିବରଣୀ – ସୂର୍ଯ୍ୟପ୍ରକାଶ ରାଉତ ,
ସ୍କୋରର- ସଂଜୀବ କୁମାର ନାୟକ ,
Online ସ୍କୋରର – ପ୍ରଭାତ ମହାରଣା ,ରୀକେଶ ପୃଷ୍ଟି , ସରୋଜ ,ରାଜକିଶୋର , ସ୍କୋରିଙ୍ଗ କରିଥିଲେ
ଆସନ୍ତା କାଲି ର ମ୍ୟାଚ ପ୍ରଥମ ସେମିଫାଇନାଲ ,
ପ୍ରୟାଗରାଜ କ୍ରିକେଟ କ୍ଲବ ( ଉତ୍ତରପ୍ରଦେଶ ) ବନାମ ବିଡାନାସୀ କ୍ରିକେଟ କ୍ଲବ ( କଟକ ) ମଧ୍ୟରେ ଅନୁଷ୍ଠିତ ହେବ