ଭୂବନେଶ୍ଵର, ୨୩/୧୨ : ଜାନୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଦେଶୀ ପକ୍ଷୀ ଗଣନା । ପ୍ରଥମେ ହୀରାକୁଦ ଡ୍ୟାମରୁ ଆରମ୍ଭ ହେବ ପକ୍ଷୀ ଗଣନା । ଯେଉଁମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟ ପ୍ରାଣୀ ଡିଏଫଓ ଅଂଶୁପ୍ରଜ୍ଞା ଦାସ। ହୀରାକୁଦରେ ଆବଶ୍ୟକ ଖାଦ୍ୟ ମହଜୁଦ ସାଙ୍ଗକୁ ଉପଯୁକ୍ତ ପରିବେଶ ମିଳୁଥିବାରୁ ଦିନକୁ ଦିନ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି।
ବିଗତ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତବର୍ଷ ହୀରାକୁଦକୁ ୧୧୨ ପ୍ରଜାତିର ୩ ଲକ୍ଷ ୪୨ ହଜାର ୩୩୯ଟି ପକ୍ଷୀ ଆସିଥିଲେ । ପକ୍ଷୀ ଗଣନା ପକ୍ରିୟା ୧୬ ତାରିଖରୁ ଆରମ୍ଭ ହେବ । ଏଥର ସାରା ରାଜ୍ୟରେ ଗୋଟିଏ ଦିନରେ ହେବ ପକ୍ଷୀ ଗଣନା ।
ଏହି ଗଣନାରେ ଫ୍ଲେମିଂଗୋର ଟ୍ରାକିଂ କରାଯିବ । ଚିଲିକା, ଭିତରକନିକା, ହୀରାକୁଦ ଆଦି ସ୍ଥାନରେ ପକ୍ଷୀ ଗଣନା କରାଯିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୧୦ଟି ଫ୍ଲେମିଂଗୋରଙ୍କ ଗୋଡରେ ସାଟେଲାଇଟ ଟ୍ରାକିଂ ରିଙ୍ଗ ଲଗାଯିବାର ବ୍ୟବସ୍ଥା କରାଯାଇଛି । ଯାହା ଫଳରେ କି ବିଦେଶରୁ ଆସୁଥିବା ପାଖି ମାନଙ୍କ ଉପରେ ନଜର ରଖାଯାଇପାରିବ । ତେବେ ପକ୍ଷୀଙ୍କ ଗୋଡରେ ସାଟେଲାଇଟ୍ ଟ୍ରାକିଂ ରିଙ୍ଗ ଲଗାଗଲେ ପକ୍ଷୀ ସାଇବେରିଆରୁ ଆସୁଛନ୍ତି ନା ଆଉ କେଉଁ ଦେଶରୁ ଆସୁଛନ୍ତି, ତାହା ସହଜରେ ଅନୁଧ୍ୟାନ କରିହେବ । ଗତ ନଭେମ୍ବର ଶେଷ ସୁଦ୍ଧା ୪ ଲକ୍ଷ ୯୪ ହଜାର ୩୬୬ଟି ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇସାରିଛି । ସେଥିରୁ କେବଳ ଚିଲିକାର ନଳବଣରେ ୨ ଲକ୍ଷ ୧୭ ହଜାର ୧୭୦ଟି ବିଦେଶାଗତ ପକ୍ଷୀଙ୍କ ଆଗମନ ଆକଳନ କରାଯାଇଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

