ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ନିର୍ମାଣ ଓ ବାଙ୍ଗରା ଠାରୁ ଭବ୍ୟ ନୃସିଂହ ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ରାସ୍ତା ନିର୍ମାଣ ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ
ଯାଜପୁର _____ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ ଅନ୍ତର୍ଗତ ଅର୍ଗଳ ପଞ୍ଚାୟତର ବହୁ ପୁରାତନ ପ୍ରସିଦ୍ଧ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ନିର୍ମାଣ ଓ ବାଙ୍ଗରା ଠାରୁ ନୃସିଂହ ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ରାସ୍ତା ନିର୍ମାଣ ପରିପ୍ରେକ୍ଷୀରେ ମନ୍ଦିର ପରିସର ମଧ୍ୟରେ ସ୍ଥାନୀୟ ସରପଞ ଦିପ୍ତିବାଳା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଆଳୀର ବିଧାୟକ ପ୍ରତାପ କେଶରୀ ଦେବ ଓ ବିଂଝାରପୁରର ବିଧାୟିକା ତଥା ବିରୋଧିଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ ବିଂଝାରପୁର ବ୍ଳକ ଅଧ୍ୟକ୍ଷା ରଞିତା କୁମାରୀ ଦାସ, ପୃର୍ବତନ ସରପଞ୍ଚ ନିଖିଳ ସାମଲ, ଶିକ୍ଷାବିତ ଗୁରୁଚରଣ ଥାଟୋଇ, ସମାଜସେବୀ କୈଳାସ ଚନ୍ଦ୍ର ସେଠି ପ୍ରମୁଖ ଯୋଗଦେଇ ଥିଲେ। ଦିର୍ଘ ଦିନରୁ ମନ୍ଦିରର କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ଦାବି ଥିଲାଯେ ମନ୍ଦିର ଓ ରାସ୍ତା କିଭଳି ଶିଘ୍ର ନିର୍ମାଣ ହେବ ।ସେ ବିଷୟକୁ ହୃଦୟଙ୍ଗମ କରି ଦୁଇ ବିଧାୟକ ବିଧାୟିକା ସେ ଦୁଇଟି କାର୍ଯ୍ୟ କିଭଳି ଶିଘ୍ର ହେବ ସେ ବିଷୟରେ ପ୍ରତିଶ୍ରୁତି ଦେଇଥିଲେ । ମନ୍ଦିରର କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ଭୁରି ଭୁରି ପ୍ରଶଂସା କରିଥିଲେ ଦୁଇ ବିଧାୟକ ଓ ବିଧାୟିକାଙ୍କୁ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚଙ୍କ ପ୍ରତିନିଧି ନିରଞ୍ଜନ ସାହୁ, ନାରାୟଣ ଚନ୍ଦ୍ର ଧଳ, ମୀନକେତନ ପୁହାଣ, ଅର୍ଜ୍ଜୁନ ସାମଲ, ମନୋଜ ସାମଲ, ପ୍ରଦ୍ୟୁମ୍ନ ପାତ୍ର, ମନ୍ଦିରର ମୁଖ୍ୟ ପୁଜକ ପ୍ରସନ୍ନ ଦାଶ ପ୍ରମୁଖ ଯୋଗଦେଇ ଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ