(ସର୍ବ ଭାରତୀୟ କରାଟୋ ଡୁ କୋବୁଡ଼ ଚାମ୍ପିୟାନସିପରେ ଜଗତସିଂହପୁର କ୍ରୀଡ଼ାବିତ ଙ୍କ ସଫଳତା)
ଜଗତସିଂହପୁର
ତା =28/12/24
କେରଳରେ ୩୫ ତମ ସର୍ବ ଭାରତୀୟ କରାଟେ – ଡୁ କୋବୁଡ ଚାମ୍ପିଅନସିପ ଡିସେମ୍ବର ୨୧ ଓ ୨୨ ଦୁଇ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ରେ ଜଗତସିଂହପୁର ଜ଼ିଲ୍ଲା ୟୂଚି ରିୟୋ କରାଟେ ସ୍କୁଲ ର ୧୩ ଜଣ ଛାତ୍ରଛାତ୍ରୀ
ଓଡ଼ିଶା ରାଜ୍ୟ ୟୁଚୀ ରୀୟୋ କରାଟେ ଦଳ ” ରେ ସାମିଲ ହୋଇ ପ୍ରତିଯୋଗିତା ରେ ଅଂଶ ଗ୍ରହଣକରିଥିଲେ। ଜଗତସିଂହପୁର ୟୁଛି ରୀୟୋ କରାଟେ ସ୍କୁଲ ତଥା ଓଡ଼ିଶା ଦଳ ର ସଦସ୍ୟ ସେନପାଇ ସୋନାକ୍ଷୀ ପ୍ରିୟଦର୍ଶିନୀ , ସେନପାଇ ଆକାଂକ୍ଷା ପ୍ରିୟଦର୍ଶିନୀ , ଶୁଭ୍ରାଜୀତ ଜେନା , ସାୟଦ୍ ରିକ୍ସୱାନ , ଦେବୀ କୃପା ନାୟକ , ସାନଭି ଆଚାର୍ଯ୍ୟ , ସୁଭାଙ୍ଗି ଦାସ , ପ୍ରତ୍ୟୁଷ ରାଜ , ଋତୁରାଜ ମଲ୍ଲିକ , ଅଭିଷିକ୍ତତା ମହାନ୍ତି , ସ୍ମୃତିରଞ୍ଜନ ଜେନା , ଆରୀୟନ୍ ଦାସ ଓ ସାଇ ସ୍ବରାଜ ଓଡ଼ିଶା ରାଜ୍ୟ କୁ ପ୍ରତିନିଧିତ୍ଵ କରି କରାଟେ ଓ କୁବୁଡ ଅସ୍ତ୍ର ଚାଳନା ପ୍ରତିଯୋଗିତା ରେ ଭାଗ ନେଇ ସର୍ବମୋଟ ୧୭ ଟି ସ୍ବର୍ଣ୍ଣ , ୧୨ ଟି ରୋପ୍ୟ ଓ ୮ ଟି କାଂସ୍ୟ ପଦକ ସର୍ବ ମୋଟ ୩୭ ଟି ପଦକ ଜିତି ଜଗତସିଂହପୁର ଜିଲ୍ଲା ଓ ଓଡ଼ିଶା ରାଜ୍ୟ ର ମାନସମ୍ମାନ ବୃଦ୍ଧି କରିପାରିଥିଲେ।
ଆନ୍ତର୍ଜାତୀୟ କରାଟେ ଓ କୋବୁଡ଼ ଅସ୍ତ୍ର ଶସ୍ତ୍ର ଚାଲାଣ ର ଖ୍ୟାତି ସଂପନ୍ନ ପ୍ରଶିକ୍ଷକ ସେନସେଇ ଶରତ କୁମାର ରାଉତ ଙ୍କ ପାଖରୁ ତାଲିମ ନେଇ ତାଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ ଉକ୍ତ ଚାମ୍ପିଅନସିପ ରେ ଭାଗ ନେଇ ଥିଲେ। ଟିମ୍ ମ୍ୟାନେଜର ଭାବରେ ଅଶୋକ କୁମାର ବେହେରା ଦଳ ର ଦାୟିତ୍ଵ ତୁଲାଇଥିଲେ । ଓଡ଼ିଶା ୟୁଚୀ ରିୟୁ କରାଟେ ଦଳ କୁ ଟ୍ରଫି ଓ ନଗଦ ଟ ୧୦ , ୦୦୦/- ଙ୍କା ସହିତ ଆନ୍ତର୍ଜାତୀୟ କରାଟେ ଓ କବୁଡ଼ ପ୍ରଶିକ୍ଷକ ତଥା ଭାରତ ମୁଖ୍ୟ କୋଚ୍ କେ.ଭି . ମନୋହରନ ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ