ମାସିକ ୧୦ ହଜାର ଟଙ୍କା ପେନସନ ପାଇବେ ୭୫୬ ଜଣ ସାମ୍ବାଦିକ
ଭୁବନେଶ୍ଵର, ୨୯.୧୨ : ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶା ପ୍ରେସ୍ ଏକାଡ଼େମୀ ଜରିଆରେ ରାଜ୍ୟର ୩୨ ଲୋକ ସମ୍ପର୍କ ଜିଲ୍ଲାରୁ ମିଳିଥିବା ତଥ୍ୟ ଆଧାରରେ ପ୍ରଥମ ପର୍ଯ୍ୟାୟରେ ୭୫୬ ଜଣ ସାମ୍ବାଦିକ ମାସିକ ୧୦ ହଜାର ଟଙ୍କା ଲେଖାଏଁ ପେନସନ ପାଇବାରେ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ଓଡ଼ିଶା ପ୍ରେସ୍ ଏକାଡ଼େମୀର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ପ୍ରଧାନ ପ୍ରକାଶ କରିଛନ୍ତି । ପେନସନ ଯୋଜନାକୁ ଆନୁଷ୍ଠାନିକ ଭାବେ ଜାନୁଆରୀ ଦ୍ଵିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କର କମଳରେ ଉଦ୍ଘାଟିତ ହେବାର କାର୍ଯ୍ୟକ୍ରମ ରହିଛି।
ବର୍ତ୍ତମାନ ସୁଦ୍ଧା ଅନୁଗୁଳ ଜିଲ୍ଲାରୁ ୨୮ଜଣ, ବାଲେଶ୍ଵର ଜିଲ୍ଲାରୁ ୩୦ ଜଣ, ବରଗଡ଼ ଜିଲ୍ଲାରୁ ୨୫ ଜଣ, ଭଦ୍ରକ ଜିଲ୍ଲାରୁ ୨୮ ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୦ ଜଣ, ବୌଦ୍ଧ ଜିଲ୍ଲାରୁ ୨୪ ଜଣ, ଭୁବନେଶ୍ଵର ଜିଲ୍ଲାରୁ ୫୧ ଜଣ, କଟକ ଜିଲ୍ଲାରୁ ୩୨ ଜଣ, ଦେବଗଡ଼ ଜିଲ୍ଲାରୁ ୨୬ ଜଣ, ଢେଙ୍କାନାଳ ଜିଲଲରୁ ୨୫ ଜଣ, ଗଜପତି ଜିଲ୍ଲାରୁ ୨୩ ଜଣ, ଗଞ୍ଜମ ଜିଲ୍ଲାରୁ ୨୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୪ଜଣ, ଯାଜପୁର ଜିଲ୍ଲାରୁ ୨୭ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୪ ଜଣ, କଳାହାଣ୍ଡି ଜିଲ୍ଲାରୁ ୨୧ ଜଣ, କନ୍ଧମାଳ ଜିଲ୍ଲାରୁ ୨୦ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮ ଜଣ, କେନ୍ଦୁଝର ଜିଲ୍ଲାରୁ ୨୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୧ ଜଣ, କେରାପୁଟ ଜିଲ୍ଲାରୁ ୨୦ ଜଣ, ମାଲକାନଗିରି ଜିଲ୍ଲାରୁ ୨୨ ଜଣ, ନୂଆପଡ଼ା ଜିଲ୍ଲାରୁ ୧୮ ଜଣ, ରାୟଗଡ଼ା ଜିଲ୍ଲାରୁ ୧୭ ଜଣ, ରାଉରକେଲା ଜିଲ୍ଲାରୁ ୧୫ ଜଣ, ସମ୍ବଲପୁର ଜିଲ୍ଲାରୁ ୧୯ ଜଣ, ସୋନପୁର ଜିଲ୍ଲାରୁ ୧୬ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୩ ଜଣ ସାମ୍ବାଦିକ ପେନସନ ଯୋଜନାରେ ବର୍ତ୍ତମାନ ସୁଦ୍ଧା ସାମିଲ୍ ହୋଇଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।