ଅଶାଳୀନ ବ୍ୟବହାର ରେ ଅତିଷ୍ଟ ଜନପ୍ରତିନିଧି
ଜଗତସିଂହପୁର ଥାନାରେ ଏତଲା )ଜଗତସିଂହପୁର ତା =28/12/24ଜଗତସିଂହପୁର ଜ଼ିଲ୍ଲା ରେ ଜନସାଧାରଙ୍କ ଟିକସ ରେ ବେତନ ପାଉଥିବା ସରକାରୀ କର୍ମଚାରୀ ଏବଂ ଅଧିକାରୀମାନଙ୍କ ଔଧତ୍ୱ ଓ ଅଶାଳୀନ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ଏଥିନେଇ ଯୁବ ଆଇନୀଜୀବି ତଥା ସୁର ପ୍ରସାଦ ବାରିକ ଜଗତସିଂହପୁର ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି | ଖବର ନେବାରେ ଜଣା ପଡିଛି ଡିସେମ୍ବର 21ତାରିଖ ଦିନ ଜଗତସିଂହପୁର ବ୍ଲକ ପରିସରରେ ନୂତନ ହିତାଧିକାରୀ ଙ୍କୁ ଭତା ପ୍ରଦାନ କରାଯାଉଥିଲା | ଭତା ନେବାପାଇଁ ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ହିତାଧିକାରୀ ବ୍ଲକ କୁ ଆସିଥିଲେ |ମୁଦୁପୁର ପଞ୍ଚାୟତ ର ଭିନ୍ନକ୍ଷମ ବସନ୍ତ କୁମାର ସାହୁ ବ୍ଲକ କୁ ଭତ୍ତାନେବାକୁ ଯାଇଥିଲେ | ସେହିସମୟ ରେ ଆଇନୀଜୀବି ସୁରପ୍ରସାଦ ଭିନ୍ନକ୍ଷମ ଯୁବକ ଙ୍କୁ ନିକଟରେ ଖାଲି ଥିବା ଚେୟାରରେ ବସାଇଥିଲେ |ଏହି ସମୟରେ PEO ଭିନ୍ନକ୍ଷମ ଯୁବକ ଙ୍କୁ ଅଶାଳୀନ ବ୍ୟବହାର କରି ବଳପୁର୍ବକ ଭିନ୍ନକ୍ଷମ ଯୁବକ ଙ୍କୁ ଉଠାଇଦେଇଥିଲେ | ଏଥିନେଇ ଯୁବ ଆଇନୀଜୀବି ଏବଂ PEO ଙ୍କ ମଧ୍ୟ୍ୟ ରେ ବଚଷା ହୋଇଥିଲା |ଏ ସମ୍ପର୍କ ରେ ଉଭୟ ଙ୍କ ପକ୍ଷରୁ ଜଗତସିଂହପୁର ଥାନାରେ ଏତଲା ଦିଆଯାଇଥିବା ସୂଚନା ମିଳିଛି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

