ବେକରେ ଶାଢ଼ୀ ବାନ୍ଧି ପଂଖାରେ ଝୁଲି ପଡ଼ିଲେ ମହିଳା
ଅନୁଗୋଳ:
ନାଲକୋ ସିପିପିରେ କାର୍ଯ୍ୟରତ କର୍ମଚାରୀ ସରୋଜ କୁମାର ସାହୁ ଙ୍କ ଧର୍ମ ପତ୍ନୀ ସ୍ମିତାରାଣୀ ବେକରେ ଲୁଗା ବାନ୍ଧି ଘରେ ଫ୍ୟାନରେ ଝୁଲି ପଡ଼ିଥିବା ନେ଼ଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୋଳ ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଛି ।ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୂଚନା ଅନୁସାରେ, ସରୋଜଙ୍କ ନିଜ ଘର କାଣ୍ଡସର ସ୍କୁଲ ସାହିରେ ସେ ଉକ୍ତ ମହିଳାଙ୍କୁ ୧୪ବର୍ଷ ତଳେ ବିବାହ କରିଥିଲେ। ବିବାହ ର ୬ ମାସ ପରେ ସ୍ମିତାରାଣି ମାନସିକ ବିକାର ରୋଗରେ ଚିକିତ୍ସା ହୋଇ ଔଷଧ ଖାଉଥିଲେ। ଜନ୍ମିତ ପୁତ୍ର ଙ୍କର ମଧ୍ୟ ମାଙ୍କ ଭଳି ଆଚାର ବ୍ୟବହାର ଥିଲା। ତେବେ ଏଥିରୁ ନିସ୍ତାର ପାଇବାପାଇଁ ସରୋଜ ଆଜକୁ ୬ମାସ ତଳେ ନାଲକୋ କ୍ୱାଟର ନଂ ବି/୧୧୭୩ ସ୍ତ୍ରୀକୁ ରଖିବା ସହ ଚିକିତ୍ସା କରୁଥିଲେ। ଶନିବାର ବି ସିପ୍ଟି ସାରି ରାତି ୧୦ ଟାରେ କ୍ୱାଟର କୁ ଫେରିବା ବେଳେ କବାଟ ବନ୍ଦ ଥିଲା। ବାଡେଇ ବାରୁ କବାଟ ନ ଫିଟିବାରୁ ଘରୋଇ ସୁରକ୍ଷା କର୍ମିକୁ ଡାକିଥିଲେ। ପୋଲିସ ଉପସ୍ଥିତିରେ ଘର ଖୋଲା ଯାଇଥିଲା। ଦେଖିଲା ବେଳକୁ ସ୍ମିତାରାଣୀ ପଙ୍ଖାରେ ଝୁଲି ପଡିଛନ୍ତି।ଏ ସମ୍ବନ୍ଧରେ ସ୍ମିତାଙ୍କ ଭାଇ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିବାପରେ ଅଭିଯୋଗ କୁ ଭିତ୍ତିକରି ସ୍ଵାମୀ ସରୋଜକୁ ପୋଲିସ୍ ଥାନାକୁ ଆଣି ପଚରା ଉଚୁରା କରୁଛି। ଘଟଣା ସ୍ଥଳକୁ ସାଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରି ଫେରି ଆସିଛି।
ଅନୁଗୋଳ ରୁ ସୁଧାକର ସାହୁ