ଏକଲ ବିଦ୍ୟାଳୟ ର ରାଜ୍ୟ ସ୍ତରୀୟ ଖେଳକୁଦ ସମାରୋହ ଉଦଯାପିତ
ଅନୁଗୋଳ:ବଅଁରପାଳବ୍ଲକ ନାଲକୋ ସରସ୍ୱତୀ ବିଦ୍ୟାମନ୍ଦିର ପରିସରରେ ଅଭ୍ୟୁଦୟ କ୍ଲବ ସଭାପତି ଇଞିନିୟର ଅଶୋକ କୁମାର ମୁଦୁଲି ଙ୍କ ପୌରହିତ୍ୟ ରେ ତିନିଦିନ ଧରି ଚାଲୁଥିବା ଏହି ରାଜ୍ୟ ସ୍ତରୀୟ ଖେଳ କୁଦ ସମାରୋହ ଶନିବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ନାଲକୋ ମାନବସମ୍ବଳ ଗୋଷ୍ଠୀ ମହାପ୍ରବନ୍ଧକ ଶୁଭେନ୍ଦୁ କୁମାର ନାୟକ ଯୋଗଦେଇଥିଲେ ।ଏହି ଅବସରରେ ଅତିଥିଦ୍ୱୟ ନିଜ ବୌଦ୍ଧିକ ମାଧ୍ୟମରେ ରାଜ୍ୟର ବିଭିନ୍ନ ଗ୍ରାମୀଣ ଏବଂ ବନବାସୀ ଅଞ୍ଚଳରୁ ଆସିଥିବା ପାଞ୍ଚଶହ ବାଳକ ବାଳିକା ମାନଙ୍କୁ ବଣମଲ୍ଲୀ ବଣରେ ନ ମଉଳି ତାର ସୁରଭି କୁ ରାଜ୍ୟ ତଥା ରାଷ୍ଟ୍ର ପର୍ଯନ୍ତ ପହଞ୍ଚାଇବା ଦିଗରେ ନାଲକୋ ଯତ୍ନବାନ ବୋଲି ଶ୍ରୀ ନାୟକ କହିବା ସହ କ୍ରୀଡା ଏକ ଅବିଚ୍ଛେଦ ଅଙ୍ଗ, ଏହାକୁ ନେଇ ଆଗକୁ ଚାଲିବା ବୋଲି କହିଥିଲେ । ସେହିପରି ମୁଖ୍ୟ ଅତିଥି ଶ୍ରୀ ପାଣି ନିଜ ବୌଦ୍ଧିକ ମାଧ୍ୟମରେ ଧାର୍ମିକ ସନାତନ ମନୋଭାବରେ ସମସ୍ତ ମତକୁ ସମ୍ମାନ ଦେଇ ଏହି ଅଭିଯାନ ମାଧ୍ୟମରେ ରାଷ୍ଟ୍ରକୁ ସମୃଦ୍ଧ କରିବା, ସମ୍ମାନ ଦେବାକୁ ଧ୍ୟେୟ କରି ଅଖଣ୍ଡ ଭାରତ ନିର୍ମାଣ କରିବା ତାହା ଆମର ସ୍ୱପ୍ନ ହେଉ ବୋଲି ଉପସ୍ଥିତ ଛାତ୍ର /ଛାତ୍ରୀ ଙ୍କୁ ବୁଝାଇ କହିଥିଲେ । ଅଭିବୃଦ୍ଧି ରେ ଶାରିରୀକ ଅଭିବୃଦ୍ଧି ବଢିଲେ ଆମେ ଲକ୍ଷ୍ୟରେ ପହଞ୍ଚି ପାରିବା ବୋଲି କହିବା ସହ 2036 ମସିହାରେ ଆୟୋଜିତ ହେବାକୁ ଥିବା ଅଲମ୍ପିକ ରେ ଉପସ୍ଥିତ ଛାତ୍ରଛାତ୍ରୀ ଭାଗ ନେବାକୁ ଉତ୍ସାହିତ କରିଥିଲେ । ଶାରୀରିକ ଦକ୍ଷତା ବୃଦ୍ଧି ରେ ଗୁରୁତ୍ୱ ଦେଇଥିଲେ । ସାରା ପ୍ରାନ୍ତରୁ ମୋଟ ୩୮୦ ଜଣ ଛାତ୍ରଛାତ୍ରୀ ଖେଳ କୁଦରେ ଅଂଶଗ୍ରହଣ କରିଥିଲେ । ୩୬ ଜଣ ଉତିର୍ଣ ହୋଇ ଆଗାମୀ ଫେବୃଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ ସ୍ତରର ଖେଳ କୁଦ ରେ ଭାଗନେବେ । ବିଭିନ୍ନ ପ୍ରକାରର ଖେଳ ସାଙ୍ଗ କୁ ଦୌଡ଼,ଲମ୍ବଡିଆଁ ,ଉଚ୍ଚଡିଆଁ, କୁସ୍ତି, କବାଡି, ଯୋଗାସନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ । ଅନୁଗୋଳ ରୁ ସୁଧାକର ସାହୁ