( କ୍ରିଷ୍ନା କଲଚରାଲ ଗ୍ରୁପ ଅଷ୍ଟମ ବାର୍ଷିକ ଉଛବ ଅନୁଷ୍ଠିତ )
ଜଗତସିଂହପୁର
ତା =30/12/24
ଜଗତସିଂହପୁର ଜ଼ିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କ୍ରିଷ୍ନା କଲଚରାଲ ଗ୍ରୁପ ର ଅଷ୍ଟମ ବାର୍ଷିକ ଉଛବ ମହାସମାରୋହ ରେ ପାଳିତ ହୋଇଯାଇଛି | ଶିକ୍ଷାବିତ ପ୍ରତାପ କୁମାର ରାଉତରାୟ ଙ୍କ ସଭାପତିତ୍ୟରେ ମୁଖ୍ୟ ଅତିଥିଭାବେ ବିଜେପି ଜ଼ିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର କ୍ରିଷ୍ଣା କଲଚରାଲ ଗ୍ରୁପ ର ପ୍ରତିଷ୍ଠାତା ସୂଦୀପ୍ତା ଦତ୍ତ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ପରେ ପ୍ରଦୀପ ପ୍ରଜ୍ବଳନ କରି ଅଷ୍ଟମ ବାର୍ଷିକ ଉଛବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ପ୍ରଦୀପ କୁମାର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଅର୍ପଣ କରିଥିଲେ | ଅନୁଷ୍ଠାନ ର ସମ୍ପାଦିକା କ୍ରିଷ୍ଣା ଦତ୍ତ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ | ମୁଖ୍ୟ ବକ୍ତା ଭାବେ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା | ସଂମ୍ମାନିତ ଅତିଥିଭାବେ ସୁସାହିତିକ ସତ୍ୟ ପ୍ରକାଶ କର |କ୍ରିଷ୍ଣା କଲଚରାଲ ଗ୍ରୁପ ର ସଭାପତି କ୍ଷେତ୍ରମୋହନ ନନ୍ଦ ପ୍ରମୁଖ ଯୋଗଦେଇ କଳା, ସଂସ୍କୃତି, ପରମ୍ପରା ଉପରେ ଉଦବୋଧନ ଦେଇଥିଲେ | ଏହା ପରେ ଜ଼ିଲ୍ଲା ରେ କାର୍ଯ୍ୟରତ ସାମ୍ବାଦିକ, କଳାକାର, ସଙ୍ଗୀତଜ୍ଞ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
/ January 20, 2025
No Comments