(ନୂତନ ବର୍ଷରେ ଆଇନୀଜୀବି ଙ୍କ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଭିନ୍ନ ପ୍ରୟାସ )
ଜଗତସିଂହପୁର
ତା =1/1/25
ସଡ଼କ ସୁରକ୍ଷା ଜୀବନ ରକ୍ଷା |ପ୍ରତ୍ୟେକ ବ୍ୟକ୍ତିର ଜୀବନ ମୂଲ୍ୟବାନ | ଅମୁଲ୍ୟ ଜୀବନ ର ମୂଲ୍ୟ ବୁଝିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ରାସ୍ତାରେ ଗାଡି ଚଳାଇବା ବେଳେ ସଡ଼କ ନିୟମ ମାନିବ ଏକାନ୍ତ ଏପରିହାର୍ଯ୍ୟ | ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମା ପୁରୋହିତପୁର ଛକ ଠାରେ ଯୁବ ଆଇନୀଜୀବି ସୁରେଶ ଚନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି ଉପଲକ୍ଷେ ଗାଡିଚାଲକ ମାନେ ଗାଡି ଚଳାଇବା ବେଳେ ସଡ଼କ ଆଇନି ପ୍ରତି ଧ୍ୟାନ ଦେବା ଆବଶ୍ୟକ |ଗାଡି ଚଳାଇବା ବେଳେ ହେଲମେଟ ବ୍ୟବହାର କରିବା, ଦ୍ରୁତ ଗତିରେ ଗାଡି ନଚଳାଇବା ଆଦି ନିୟମକୁ ମାନିବା ସମ୍ପର୍କ ରେ ପ୍ରତ୍ୟେକ ଗାଡି ଚାଳକ ଙ୍କୁ ରିପ୍ଲେଟ, ଗୋଲାପ ଫୁଲ ଏବଂ ମିଷ୍ଟାନ୍ନ ବାଣ୍ଟି ସଚେତନତା ବାର୍ତ୍ତା ବହନ କରି ଆଇନୀଜୀବି ପ୍ରଶାନ୍ତ କୁମାର ସ୍ୱାଇଁ, ଜଟାଧାରୀ ଦାସ, ଦିପେଣ୍ଡୁ ଖଟୁଆ, ଯୋଗଜନ୍ମ ଚାନ୍ଦ ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମ ରେ ପଥଚାରି ମାନଙ୍କୁ ସଚେତନତା କରିଥିଲେ |ନୂତନ ବର୍ଷ ରେ ଆଇନୀଜୀବି ଙ୍କ ଭିନ୍ନ ପ୍ରୟାସ କୁ ବୁଦ୍ଧିଜୀବୀ ମାନେ ବେଶ ତାରିଫ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
/ January 25, 2025
No Comments