ଭୂବନେଶ୍ୱର, ୦୧/୦୧ : ଆରମ୍ଭ ହେଲା ୨୦୨୫ । ନୂତନ ବର୍ଷର ପ୍ରଥମ ସକାଳରେ ଶ୍ରୀମନ୍ଦିରରେ ଲାଗିଛି ଭକ୍ତଙ୍କ ପ୍ରବଳ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଲାଗିଛି ପ୍ରବଳ ଉତ୍ସାହ । ଶ୍ରୀମନ୍ଦିରର ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ଠାକୁରଙ୍କୁ ଦର୍ଶନ ପରେ ତିନି ଦ୍ୱାର ଦେଇ ମନ୍ଦିରରୁ ବାହାରୁଛନ୍ତି ଶ୍ରଦ୍ଧାଳୁ ।
ତେବେ ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖାସ୍ କରି ଭିଡ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।