ପଳାଶୋଳ ୟୁଥ ହେଲପିଙ୍ଗ ଵଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ
2024ମସିହା କୁ ବିଦାୟ 2025ମସିହା କୁ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଗତସିଂହପୁର
ତା =1/12/25
ଜଗତସିଂହପୁର ଜ଼ିଲ୍ଲା ର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ପଳାଶୋଳ ୟୁଥ ହେଲପିଙ୍ଗ ଵଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ 2024ମସିହାକୁ ବିଦାୟ 2025ନୂତନ ବର୍ଷ କୁ ସ୍ୱାଗତ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି |ଆଖପାଖ ଚାରିଗୋଟି ପଞ୍ଚାୟତ ରୁ ଶତାଧିକ ଜନସାଧାରଣ ଓ ଲୋକପ୍ରତିନିଧି ଏହି
କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ |ଟ୍ରଷ୍ଟ ସଭାପତି ସମାଜସେବୀ, ଶିକ୍ଷବିତ ଅକ୍ଷୟ କୁମାର ମହାନ୍ତି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ସରପଞ୍ଚ ମେନକା ଦାସ | ମୁଖ୍ୟବକ୍ତା ରାଜ୍ୟ ବିଜେପି ସଂଗଠକ କାଳିକିଙ୍କର ମହାନ୍ତି |ସଂମ୍ମାନିତ ଅତିଥିଭାବେ ସମିତି ସଭ୍ୟ ପ୍ରଦୂନ୍ମ କୁମାର ମଲ୍ଲିକ | ପଳାଶୋଳ ବିଜେପି ମଣ୍ଡଳ ସଭାପତି ଚିତ୍ତ ରଞ୍ଜନ ପଣ୍ଡା | ଟ୍ରଷ୍ଟ ଉପ ସଭାପତି ଋତୁରାଜ ମହାନ୍ତି | ସହ ସମ୍ପାଦକ ଯାମିନୀ କାନ୍ତ ନନ୍ଦ ପ୍ରମୁଖ ଯୋଗଦେଇ ପୁରୁଣା ବର୍ଷ କୁ ବିଦାୟ ଦେଇ2025 ନୂତନବର୍ଷ ରେ ଦଳଗତ ନିର୍ବିଶେଷରେ ପଞ୍ଚାୟତ ର ସର୍ବାଗିନ୍ନ ଉନ୍ନତି ଓ ବିକାଶ ନିମନ୍ତେ ମନମିଳାଇ ବିକାଶ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ | ପ୍ରାରମ୍ଭରେ ଟ୍ରଷ୍ଟ ସଭାପତି ଅକ୍ଷୟ କୁମାର ମହାନ୍ତି ଙ୍କ ପ୍ରଦପ୍ତ ବ୍ରାହ୍ମଣସହି ରାଧା ଗୋବିନ୍ଦ ମନ୍ଦିର ପ୍ରାଙ୍ଗଣରେ ଉଜ୍ବଳ ଆଲୋକ ବ୍ୟବସ୍ଥା ର ଶୁଭ ଉଦଘାଟନ କରିଥିଲେ | ଏହି ସମସ୍ତ କାର୍ଯ୍ୟକ୍ରମ ରେ ପଳାଶୋଳ ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଙ୍କ ସମେତ ଅନାମ ବେହୁରା, ମାନସ କାଣ୍ଡି, ଆଦିକନ୍ଦ ସ୍ୱାଇଁ, ପିଣ୍ଟୁ ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ