ଢେଙ୍କାନାଳ ଜିଲ୍ଲାରେ ସଡ଼କ ସୁରକ୍ଷା ମାସ ପାଳନ । ସଡ଼କ ସୁରକ୍ଷା, ପରିବାର ରକ୍ଷା ସଚେତନତା ରଥ ପରିକ୍ରମା ଶୁଭାରମ୍ଭ
ଢେଙ୍କାନାଳ,ତା. ୧.୧.୨୦୨୫- ଆଜିଠାରୁ ଢେଙ୍କାନାଳ ଜିଲ୍ଲାରେ ମାସ ବ୍ୟାପୀ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି | ଏହି ଉପଲକ୍ଷେ ଆଜି ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଡ଼କ ସୁରକ୍ଷା, ପରିବାର ରକ୍ଷା ସଂପର୍କିତ ଏକ ସଚେତନେତା ରଥକୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ଆଂଚ଼ଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର, ମୋଟର ଯାନ ନିରୀକ୍ଷକ ଶ୍ରୀ ଦେବାଶିଷ ସ୍ୱାଇଁ, ରାପିଡ୍ . ରେସପନ୍ସ୍ ଟିମର ସଂଯୋଜକ ଶ୍ରୀ ବିରଞ୍ଚି ନାରାୟଣ ପାଣି ପ୍ରମୂଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ନବବର୍ଷରଅଭିନନ୍ଦନ ଜଣାଇ ଜନସାଧାରଣ ସଚେତନ ହୋଇ ପଥ ସମ୍ମୋହନ ଠାରୁ ଦୂରେଇରହି ଗାଡ଼ି ଚାଳନା ବେଳେ ସଂପୂର୍ଣ୍ଣ ସଚେତନହୋଇ ଗାଡ଼ି ଚ଼ଳାଇବାକୁ ପରାମର୍ଶ ଦେଇଛନ୍ତି l ସଚ଼େତନହୋଇ ଗାଡ଼ି ଚ଼ଳନା କରି ନିଜେ ସୁରକ୍ଷିତ ରହିପରିବାର କୁ ସୁରକ୍ଷିତ ରଖିବାକୁ କହିଛନ୍ତି l ଟ୍ରାଫିକ୍ ନିୟମ ମାନି ସଂପୂର୍ଣ୍ଣ ସଚ଼େତ ହୋଇ ଗାଡ଼ି ଚ଼ଳାଇ ଦୁର୍ଘଟଣାରୁ ନିବୃତ୍ତ ରହିବା ସହିତ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ସର୍ବନିମ୍ନ ହେବ,ସେଥିପାଇଁ ସମସ୍ତ ଜନସାଧାରଣଙ୍କୁ ଆଁଚ଼ଳିକ ପରିବହନ ଅଧିକାରୀ ନିବେଦନ କରିଛନ୍ତି । ଏହି ଚ଼ଳଚ଼ିତ୍ର ଧର୍ମୀ ସଚେତନତା ରଥ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳ ଏବଂ ପ୍ରମୂଖ ଅଂଚ଼ଳରେ ବୁଲି ଜନ ସଚେତନତା ସୃଷ୍ଟି କରିବ |
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


