ରାଷ୍ଟ୍ରୀୟ ବିକାଶ ସେନା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ
ମାଲକାନଗିରି, ରାଷ୍ଟ୍ରୀୟ ବିକାଶ ସେନା ଓଡ଼ିଶା ପକ୍ଷରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଏବଂ ଏହାକୁ ବିପଦ ମୁକ୍ତ କରିବା ପାଇଁ ଏହାର ସଭାପତି କେ ବାଲା ରାଜୁ ଆଚାରିଙ୍କ ନେତୃତ୍ୱରେ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରେରଣ କରାଯାଇଥିଲା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାତ ମହଲା ବିଶିଷ୍ଟ କୋଠା ଦିନକୁ ଦିନ ବିଭିନ୍ନ ସମୟରେ ମାଟି ତଳକୁ ତଳ ଧସି ହୋଇ ଚାଲିଯାଉଥିବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ବୋଲି ରାଷ୍ଟ୍ରୀୟ ବିକାଶ ସେନା ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସରକାର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ମେଡିକାଲ କଲେଜ ସ୍ଥାପନ ପାଇଁ ଚିନ୍ତା କରିଥିବା ବେଳେ ଏପରି ଦୟନୀୟ ଅବସ୍ଥା ଦୁର୍ଭାଗ୍ୟଜନକ ବୋଲି ସେନା ପକ୍ଷରୁ କୁହାଯାଇଛି । ତେଣୁ ଏ ପରିପେଖ୍ୟରେ ଏହାର ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବା ରାଷ୍ଟ୍ରୀୟ ବିକାଶ ସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ସୋନୁ ଅନୁଗୁ, ଗଙ୍ଗାଧର ବଡନାୟକ, ହରି ହନ୍ତାଳ ପ୍ରମୁଖ ଉପସ୍ଥିତ ରହିଥିଲେ।