ବୀରଭୁମିରେ ଶହୀଦ ଦିବସ ପାଳନ
ଯାଜପୁର _ ବିଶ୍ଵ ଇତିହାସକୁ ଦୋହରାଇ ଦେଇଥିବା ଯାଜପୁର ଜିଲ୍ଲା କଳିଙ୍ଗନଗର ଗୁଳିକାଣ୍ଡର ୧୮ ବର୍ଷ ଅତିକ୍ରମ କରିଛି।ଶହୀଦ ବୀର ମାନଙ୍କ ସ୍କୁତିରେ ବିସ୍ଥାପନ ବିରୋଧୀ ଜନମଞ ପକ୍ଷରୁ ଶହୀଦ ଦିବସ କଳିଙ୍ଗ ନଗରର ବୀରଭୂମିଠାରେ ପାଳନ ହୋଇଯାଇଛି। ସପକ୍ଷବାଦୀ ବିସ୍ଥାପିତ ଉନ୍ନୟନ ପରିଷଦ ଏବଂ ବିପକ୍ଷ ବାଦି ବିସ୍ଥାପନ ବିରୋଧୀ ଜନମଞ ପକ୍ଷରୁ ମିଳିତ ଭାବେ ଶୋଭାଯାତ୍ରା କରି ଆମ୍ବଗାଡ଼ିଆ ଠାରେ ଶହୀଦ ସ୍ଥଳରେ ପୁଜାର୍ଚ୍ଚନା କରିବାପରେ ଡୁବୁରି ଛକ ଦେଇ ବୀରଭୂମି ଠାରେ ଏକ ବିଶାଳ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରବିନ୍ଦ୍ର କୁମାର ଜାରିକା, ସୁରେଶ କୁମାର ହାଇବ୍ଲୁ, ଲକ୍ଷ୍ମଣ ଜାମୁଦା,ଚକ୍ରଧର ଆଲଦା, ସରପଞ୍ଚ ମନୋରଞ୍ଜନ ଜେନା,ଗିରିଶ ଚନ୍ଦ୍ର ମହାନ୍ତ,ସ୍ବର୍ଣ୍ଣଲତା ବାନରା ପ୍ରମୁଖ ଯୋଗଦେଇ ଥିଲେ ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ