ପରିବହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ମାସ ୨୦୨୫ ପାଳନ
ଅନୁଗୋଳ ପରିବହନ ପକ୍ଷରୁ ଆଜି ସଡକ ସୁରକ୍ଷା ମାସ ୨୦୨୫ ପାଳନ ହୋଇ ଯାଇଛି। ଏହି ସଡକ ସୁରକ୍ଷା ମାସ ପୂର୍ବ ରୁ ଏକ ସପ୍ତାହ ପାଳନ କରାଯାଉ ଥିଲା। ଚଳିତ ବର୍ଷ ଏକ ମାସ ପାଳନ ପାଇଁ ନିଷ୍ପତ୍ତି ହୋଇଛି। ଜାନୁୟାରୀ ମାସ ୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ସଡକ ସୁରକ୍ଷା ପାଳନ କରାଯିବ। ଗତ ୧ ତାରିଖ ଠାରୁ ଆରମ୍ବ ହୋଇଛି ସଡକ ସୁରକ୍ଷା ମାସ। ପ୍ରଥମ ଦିନ ଜିଲ୍ଲା ପରିବହନ କାର୍ଯ୍ୟାଳୟ ଠାରେ ବିଭିନ୍ନ ସଚେତନତା କରିବା ସହ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ଦିନରେ ଛେଣ୍ଡିପଦା ଅଞ୍ଚଳରେ ସଚେତନତା କରାଯାଇଥିଲା। ଆଜି ଅନୁଗୋଳ ସହରରେ ସଡକ ସୁରକ୍ଷା ମାସ ପାଳନ କରାଯାଇଛି। ସୂଚନା ଯେ, ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ର ସମୁଖରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ରାଲି ବାହାରିଥିଲା। ବଜାର ପରିକ୍ରମା କରି ଜନସାଧାରଣ ଙ୍କୁ ସଡକ ସୁରକ୍ଷା ବିଷୟରେ ସଚେତନତା କରିଥିଲେ। ଏହି ସଚେତନତା ରାଲି ଙ୍କୁ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଏବଂ ଜିଲ୍ଲା ପରିବହନ ବିଭାଗ ଅଧିକାରୀ ନିଖିଳ ପଟ୍ଟନାୟକ ପତାକା ଦେଖାଇ ଆରମ୍ବ କରିଥିଲେ। ଏହି ସଚେତନତା ରାଲିରେ ପରିବହନ ବିଭାଗ ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ।