ଢେଙ୍କାନାଳ ସଦର ଥାନା : (ଏଫ୍ ଟୁ ଏସ୍/ ମହେଶ୍ୱର ସାହୁ ) ଭାପୁର ଫାଣ୍ଡିରେ ଶୁକ୍ରବାର ଦିନ ନୂତନ ଫାଣ୍ଡି ଅଧିକାରୀ ଯୋଗଦାନ କରିଛନ୍ତି I ଗୋବିନ୍ଦପୁର ଫାଣ୍ଡିରେ ଥିବା ଅଧିକାରୀ ଶ୍ରୀଯୁକ୍ତ ପ୍ରଦିପ ରଂଜନ ପାତ୍ର ଆଜି ଭାପୁର ଫାଣ୍ଡି ଅଧିକାରୀ ଭାବେ ଯୋଗଦେଇଛନ୍ତି I ଏହା ସହିତ ସେଠାରେ ପୂର୍ବରୁ ଥିବା ଭାପୁର ଫାଣ୍ଡି ଅଧିକାରୀ ଶ୍ରୀ ସାନ୍ତନୁ କୁମାର ପ୍ରଧାନଙ୍କ ଗଁଦିଆ ଥାନା ଭାରାପ୍ରାପ୍ତ ଅଧିକାରୀ ଭାବେ ବଦଳି ହୋଇଛି। ଏହି ପରିପେକ୍ଷିରେ ଫାଣ୍ଡିରେ ଥିବା ସମସ୍ତ ପୋଲିସ କର୍ମଚାରୀ ଓ ‘ଛ’ ଦେଶ ଅଞ୍ଚଳବାସୀଙ୍କ ପକ୍ଷରୁ ଏହି ୨ ପୋଲିସ ଅଧିକାରୀଙ୍କୁ ଭାପୁର ଫାଣ୍ଡି ଠାରେ ଆଜି ଦିନ ୧୦ଟାରେ ପୁଷ୍ପଗୁ୍ଛ ପୂର୍ବକ ଉତ୍ତରୀୟ ଦେଇ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧିତ କରାଯାଇଥିଲା । ‘ଛ’ ଦେଶ ଅଞ୍ଚଳର ସମାଜସେବୀ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ । ଶ୍ରୀ ପାତ୍ର ଭାପୁର ଫାଣ୍ଡିରେ ଯୋଗଦେବା ପରେ ଅଞ୍ଚଳରେ ହୋଇଥିବା କ୍ରାଇମ୍ ଉପରେ ନଜର ଦେବେ ବୋଲି କହିଛନ୍ତି । ସେ ଜଣେ ଦକ୍ଷ ଏସଆଇ ଭାବେ ଗୋବିନ୍ଦପୁର ଅଞ୍ଚଳରେ ବେଶ୍ ପରଚିତ ଥିଲେ ।
/ January 25, 2025
No Comments