ଓଡିଶା ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ମହାସଂଘର ବାର୍ଷିକ ବୈଠକ
ଢେଙ୍କାନାଳ, ୩/୧: ଓଡିଶା ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ମହାସଂଘର ଏକ ବାର୍ଷିକ ବୈଠକ ପଙ୍କଜ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ସଂଘର ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶ୍ରମିକମାନଙ୍କର ନୂତନ ବର୍ଷର ଡିଭିଜନ କର୍ମକର୍ତା ଚୟନ କରାଗଲା ଏବଂ ବିଗତ ବର୍ଷର ବାର୍ଷିକ ଆୟବ୍ୟୟର ହିସାବ ବିଷୟରେ ଆଲୋଚନା କରାଯାଇଥିଲା ସଭ୍ୟମାନଙ୍କୁ ଅବଗତ କରାଗଲା । ଉକ୍ତ ସଭାରେ ମୃତ୍ୟୁଞ୍ଜୟ ପ୍ରଧାନ ଡିଭିଜନ ସଂପାଦକ ଭାବେ ନିର୍ବାଚିତ ହେବା ସହିତ ପୂର୍ବ ବର୍ଷରେ ଥିବା କର୍ମକର୍ତାମାନେ ପୁନଃ ନିର୍ବାଚିତ ହେଲେ । ଉକ୍ତ ସଭାରେ ମଳୟ କୁମାର ନନ୍ଦ, ସୁରେନ୍ଦ୍ର ଦାଶ, ଅନୁଗୁଳ ସଂପାଦକଙ୍କ ସହିତ ଶହେରୁ ଉର୍ଦ୍ଧ୍ୱ କର୍ମକର୍ତା ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଡିଭିଜନ ସଂପାଦକ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ ।