ଅଦ୍ୟ ତା 04/01/25 ରିଖ ଶନିବାର ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ହୋଇଉଠିଥିଲା ଉତ୍ସବମୁଖର l ବିଦ୍ୟାଳୟ ବହୁ ଆଡମ୍ବରରେ ଆୟୋଜିତ କରିଥିଲା ତାର ୬୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ l ସକାଳ ପ୍ରାୟ ୧୦ଘଟିକା ସମୟରେ ସମସ୍ତ ଅତିଥି ଉପସ୍ଥିତ ହୋଇ ପ୍ରଦୀପ ପ୍ରଜ୍ଵଳନ କରିବା ସହିତ ପଞ୍ଚସଖାଙ୍କ ମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ସଭା କାର୍ଯ୍ୟ ଆରମ୍ଭରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ଏହା ପରେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଶର୍ମିଷ୍ଠାଙ୍କ ଦ୍ୱରା ବାର୍ଷିକ ବିବରଣୀ ପଠନ କରାଯାଇଥିଲା l ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଢେଙ୍କାନଳର ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ଉସାରାଣୀ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ପିଲାମାନଙ୍କୁ ଭବିଷ୍ୟତ ଜୀବନର ମାର୍ଗ ଦର୍ଶନ କରାଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଓ ସମାଜସେବୀ ସୌମ୍ୟରଂଜନ ସାହୁ ଏବଂ କୁଟୁଣିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କରୁଣାକର ସେଠୀ ଯୋଗଦେଇ ପିଲାମାନଙ୍କୁ ପାଠ୍ୟ ସହିତ ସହ ପାଠ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ବୁଝାଇଥିଲେ l ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ବିଭିନ୍ନ ସଂସ୍କୃତି ଓ ପରମ୍ପରାକୁ ପ୍ରଦର୍ଶନକରି ପିଲାମାନେ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେଇଥିଲେ ଓ ଏହାକୁ ମନୋରଞ୍ଜନ କରିଥିଲେ l ପରିଶେଷରେ ଭିନ୍ନ ଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରମାଣିତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁନ୍ଦର ଓ ସଫଳ ହୋଇପାରିଥିଲା
/ January 20, 2025
No Comments