ସପ୍ତମ ନାଲକୋ ପ୍ରିମିୟର୍ ଲିଗ୍ ଉଦଯାପିତ ହୋଇଯାଇଛି
ବଅଁରପାଳ , ୦୫ / ୦୧ : ନାଲକୋ ଷ୍ଟାଡିୟମ୍ ପରିସରରେ ରବିବାର ଦିନ ପୂର୍ବାହ୍ନରେ ସପ୍ତମ ନାଲକୋ ପ୍ରିମିୟର୍ ଲିଗ୍ ଉଦଯାପିତ ହୋଇଯାଇଛି । ଏହି ଟୁର୍ନାମେଣ୍ଟ ରେ ମୁଖ୍ୟଅତିଥି ଭାବେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ନାଲକୋ ଆଲୁମିନିୟମ ମଜଦୁର ସଂଘର ସଭାପତି ମୁନା ସାମଲ ଏବଂ ସମସ୍ତ ୟୁନିୟନ ର ସଦସ୍ୟ ଯୋଗଦାନ କରିଥିଲେ । ଶ୍ରୀ ବିଧାୟକ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଆଖ ପାଖ ଗ୍ରାମ ଏବଂ ନାଲକୋ ରୁ କିଛି ଇଛୁକ ଥିବା ଖେଳ ପ୍ରେମୀ ପିଲାମାନଙ୍କୁ ଏହି କ୍ରିକେଟ ଓ ଫୁଟବଲ ଖେଳ ରେ ସାମିଲ କରି ଆଗକୁ ବଢ଼ାଇବା ପାଇଁ କହିବା ସହ ଆଗାମୀ ଦିନରେ ଏହି ଖେଳ ପଡିଆ ରେ ଗୋଟିଏ ପାଖେ, ଫୁଟବଲ ଫ୍ଲିଡ୍ ଏବଂ ଏନ୍ୟ ପାଖରେ କ୍ରିକେଟ୍ ଫ୍ଲିଡ୍ ଅଲଗା କରିବା ପାଇଁ ନାଲକୋକୁ କହିବେ ବୋଲି କହିଥିଲେ । ଏହି ଟୁର୍ନାମେଣ୍ଟ ଟି ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ବେଳ ୪ଟି ଦଳ ଭାଗ ନେଇ ଉଭୟ ଉଭୟଙ୍କ ମଧ୍ୟରେ ତିନୋଟି ଲିଗ୍ ମ୍ୟାଚ ଖେଳି ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ନାଲକୋ ସ୍ମେଲ୍ଟର କାରଖାନାର କାଷ୍ଟ ହାଉସ, କାର୍ବୋନ ବିଭାଗ, ସିପିପି ୱାରିୟର୍ସ. ଓ ସିପିପି ଅପରେସନ ବିଭାଗ ର ୪ଟି ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ ଟି ବଡ ରୋମାଞ୍ଚକ ପରିସ୍ଥିତି ସ୍ରୁଷ୍ଟି ହୋଇ ଶେଷରେ କାର୍ବନ୍ ବିଭାଗ ବିଜୟ ଲାଭ କରିଥିଲେ । ଅପରେସନ ବିଭାଗ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୧୨୨ ରନ୍ ଲକ୍ଷ୍ୟ ରଖିଥିଲା କାର୍ବୋନ ବିଭାଗ ୯ ୱିକେଟ ୨୦ ଓଭର ର ଶେଷ ବଲରେ ଚାମ୍ପିୟନ ହୋଇଥିଲା । ହିମାଂଶୁ ରଞ୍ଜନ ଧିରଙ୍କୁ ମ୍ୟାନ ଅଫ ଦି ସିରିଜ୍ ବିଜେତା ଘୋଷିତ କରିଥିଲେ ।