ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ
ନୁଆଦିଲ୍ଲୀ, ୦୭/୦୧ : ଆଜି ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଏହି ନିର୍ବାଚନ ପାଇଁ ଫେବୃୟାରୀ ୫ରେ ମତଦାନ କରାଯିବ ଓ ୮ ଫେବୃଆରୀରେ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ। ମୋଟ ୭୦ଟି ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଇଭିଏମରେ ବେଆଇନ ଭୋଟ ଦେବାର କୌଣସି ସମ୍ଭାବନା ନାହିଁ।
ଇଭିଏମ ହେଉଛି ଏକ ଫୁଲପ୍ରୁଫ ଉପକରଣ । ଭୋଟ ଦେବା ପରେ ଏହାକୁ ସିଲ କରାଯାଇଥାଏ ଏବଂ ଭାଇରସ ବି ଏଥିରେ ପ୍ରବେଶ କରିପାରେ ନାହିଁ । ଇଭିଏମ କୌଣସି ପ୍ରକାରେ ହ୍ୟାକ ହୋଇପାରିବ ନାହିଁ। ନିର୍ବାଚନର ସାତରୁ ଆଠ ଦିନ ପୂର୍ବରୁ ଇଭିଏମ ପ୍ରସ୍ତୁତ ଅଛି। ଇଭିଏମ ହେଉଛି ନିିର୍ବାଚନର ସବୁଠାରୁ ସୁରକ୍ଷିତ ପଦ୍ଧତି। ଗଣନା କରିବା ପୂର୍ବରୁ ପ୍ରତ୍ୟେକ ଇଭିଏମର ସିଲ ଯାଞ୍ଚ କରାଯାଏ।