ଜଗତସିଂହପୁର ମୁନିସିପାଲିଟିରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କୁ ବର୍ଷେ ପୁରିଲା |ବ୍ୟବହାର ଉପଯୋଗୀ ଏବଂ ରକ୍ଷଣା ବେକ୍ଷଣା ତ୍ରୁଟି କୁ ଦାୟୀ କଲେ ବୁଦ୍ଧିଜୀବୀ
ଜଗତସିଂହପୁର ତା=8/1/24ଜଗତସିଂହପୁର ମୁନିସିପାଲିଟି ପକ୍ଷରୁ କଲେଜ ଛକ , ବଡ଼ବଜ଼ାର ଛକ , ଥାନା ଛକ , ଜଗତସିଂହପୁର ଚର୍ଚ୍ଚିକା ବଜ଼ାର ସ୍ଥିତ କୋର୍ଟ ସମ୍ମୁଖ ଆଦି ବିଭିନ୍ନ ସ୍ଥାନରେ ଏକ ବର୍ଷରୁ ଉର୍ଦ୍ଧ ହେବ କୋଟି କୋଟି ଟଙ୍କା ବେୟ ରେ ପାଞ୍ଚ ରୁ ଉର୍ଦ୍ଧ ସ୍ଥାନରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରାଯାଇଛି | ଯେଉଁଥିରେ କି ମହିଳା, ପୁରୁଷ, ଭିନ୍ନକ୍ଷମ,, ମାନଙ୍କ ପାଇଁ ପ୍ରତି ସ୍ଥାନରେ ତିନୋଟି ଶୌଚାଳୟ ନିର୍ମାଣ କରାଯିବା ସହିତ ବିଦ୍ୟୁତ ସଂଯୋଗ, ପାନୀୟ ଜଳର ସୁବ୍ୟବସ୍ଥା ମଧ୍ୟ୍ୟ କରାଯାଇଛି |ହେଲେ ଦୁଃଖ ଓ ପରୀତାପ ର ବିଷୟ ଏକ ବର୍ଷରୁ ଉର୍ଦ୍ଧ ହେବ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବା ପରେ ସମସ୍ତ ଅତ୍ୟାଧୁନିକ ଶୌଚାଳୟ ରେ ତାଲା ଝୁଲୁଛି | ଜଗତସିଂହପୁର ମୁନିସିପାଲିଟି ର ରକ୍ଷଣା ବ୍ୟକ୍ଷଣା ଅଭାବ ଏବଂ ବ୍ୟବହାର ଉପଯୋଗୀ ନ ହେବାରୁ ଅନେକ ସ୍ଥାନରେ ଅତ୍ୟାଧୁନିକ ଶୌଚାଳୟ ଭଗ୍ନ ଅବସ୍ଥାରେ ପଡ଼ିରହିଛି | କୋଟି କୋଟି ଟଙ୍କା ରେ ନିର୍ମିତ ଅତ୍ୟାଧୁନିକ ଶୌଚାଳୟ ର ଭଗ୍ନ ଦୃଶ୍ୟ କୁ ଦେଖି ଜଗତସିଂହପୁର ମୁନିସିପାଲିଟି ର ଅପାରଗ ପଣିଆକୁ ବୁଦ୍ଧିଜୀବୀମାନେ ଦାୟୀ କରିଛନ୍ତି | ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ