ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ଚ଼କ୍ଷୁ ଚିକିତ୍ସା ଶିବିର ଆୟୋଜିତ
ଢେଙ୍କାନାଳ,ତ।. ୮.୧.୨୦୨୫- ଆଜି ପୂର୍ବାହ୍ନରେ ପଲ୍ଲିଶ୍ରୀ ମେଳା ପଡ଼ିଆ ଠାରେ ଯାନ ଚାଳକମାନଙ୍କ ନିମନ୍ତେ ଏକ ଦୁଇ ଦିନିଆ ଚକ୍ଷୁ ଚ଼ିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ଉଦ୍ଘାଟନ କରିଥିଲେ । ସ୍ୱାସ୍ଥ୍ୟ ସହିତ ଚ଼କ୍ଷୁ ର ଅବସ୍ଥା ଠିକ୍ ରହିଲେ, ଗାଡ଼ି ଚାଳକ ମାନେ ନିଶ୍ଚିତ ଭାବରେ ଦୁର୍ଘଟଣାରୁ ବର୍ତ୍ତି ରହି ଧନ ଜୀବନକୁ ସୁରକ୍ଷିତ ରଖିପାରିବେ ବୋଲି ମତ ବ୍ୟକ୍ତ କରିଛନ୍ତି । ସ୍ୱାସ୍ଥ୍ୟ ସହିତ ଚ଼କ୍ଷୁ ପରୀକ୍ଷାଦ୍ୱାରା ଗାଡ଼ିଚାଳକ ମାନେ ଦୁର୍ଘଟଣାକୁ କମକରାଇ ଜିଲ୍ଲାରେ ମୁତ୍ୟୁ ହାର ଶୂନ୍ୟ କରାଇବାକୁ ଉଦ୍ୟମ ଜାରି ରହିଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର ପ୍ରକାଶ କରିଛନ୍ତି| ମୋଟର ଯାନ ନିରୀକ୍ଷକ ଦେବାଶିଷ ସ୍ୱାଇଁ ଏବଂ ରାପିଡ ରେସ୍ପନସ୍ ଟିମ୍ ର ଜିଲ୍ଲା ସଂଯୋଜକ ଶ୍ରୀ ବିରଞ୍ଚି ନାରାୟଣ ପାଣି, ସଡ଼କ ସୁରକ୍ଷା କମିଟିର ସଦସ୍ୟ ଶ୍ରୀ ପ୍ରଦ୍ୟୁମ୍ନ ରଥ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ପ୍ରାୟ ୮୦ ଜଣ ଡ୍ରାଇଭର ଏବଂ ହେଲପର ମାନଙ୍କର ବିଶେଷଜ୍ଞମାନେ ଚକ୍ଷୁ ପରୀକ୍ଷା କରିଥିଲେ