ଢେଙ୍କାନାଳ ଜିଲ୍ଲା ଅବସର ପ୍ରାପ୍ତ ସୈନିକ ସଂଘ ଅଧୀନରେ ଆସୁଥିବା ତାଳଵରକୋଟ ଜୋନ୍ ର ପ୍ରଥମ ବାର୍ଷିକ ସାଧାରଣ ବୈଠକ
2025 January 7 ତାରିଖ ଦିନ ତାଳବରକୋଟ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ସଭାପତି କୈଳାସ ଚନ୍ଦ୍ର ରାଉତ ସଭାପତିତ୍ବ କରି Dhenkanal ଜିଲ୍ଲାର ର ପୂର୍ବତନ ସୈନିକଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ। ଉକ୍ତ ସଭାରେ ତାଳବାରକୋଟ ଜୋନର ପ୍ରାୟ ୩୫ ଜଣ ସଦସ୍ୟ ଉପସ୍ଥିତ ରହି ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆମ ଗ୍ରୁପର ବାର୍ଷିକ ବନ୍ଧୁ ମିଳନ ଉତ୍ସବ କିିପରି ସୁଚାରୁରୁପେ ସଞ୍ଚାଳନ ହେବ ଆଲୋଚନା କରାଗଲା। ଗ୍ରୁପ୍ ର ସଭ୍ୟ ସଂଖ୍ୟା ବୃଦ୍ଧି କରିବା ପାଇଁ କିପରି ପଦକ୍ଷେପ ନିଆଯିବ ଓ ଅନ୍ୟାନ୍ୟ ଵି଼ଷୟରେ ମଧ୍ୟ ଆଲୋଚନା କରାଗଲା। ତାଳବରକୋଟ ଜୋନ୍ ର Secretary ଭାବରେ ବିଶ୍ୱ ପ୍ରିୟ ପଟନାୟକ ଓ Joint secretary ଭାବେ ଦିଲିପ ରାଉତଙ୍କୁ ଚୟନ କରାଯାଇଛି। ଏହି ସଭା କାର୍ଯ୍ୟ ଖୁବ୍ ସଫଳ ହୋଇଥିବାରୁ ଏହି ଜୋନ୍ ର ସଦସ୍ୟ ମାନେ ଖୁସି ଜ୍ଞାପନ କରି ସଭାପତିଙ୍କୁ ଧନ୍ୟବାଦ୍ ଜଣାଇଥିଲେ ଓ ସଭା ସମାପ୍ତ କରାଗଲା।