ନେପୁ ୟୁନୀୟନ ର ବନ୍ଧୁ ମିଳନ କାର୍ଯକ୍ରମରେ ଯୋଗ ଦେଲେ ବିଜୁ ଜନତା ଦଳ ର ସମସ୍ତ ନେତା ଓ କର୍ମୀ
ଅନୁଗୋଳ:ଅନୁଗୋଳ ଜିଲ୍ଲା ରେ ଥିବା ଏକ ମାତ୍ର ନବରତ୍ନ ଉଦ୍ୟୋଗ ନାଲକୋ ରେ ଥିବା ଅଗ୍ରଣୀ ଶ୍ରମିକ ସଂଗଠନ ନେପୁ ର ସମସ୍ତ କର୍ମକର୍ତ୍ତା ଙ୍କୁ ନେଇ ଏକ ବନ୍ଧୁ ମିଳନ ବଣଭୋଜି ର ଆୟୋଜନ ନାଲକୋ ନିକଟସ୍ଥ କୁରୁଡୋଲ ହନୁମାନ ବାଟିକା ଠାରେ ଅନୁଷ୍ଠିତ ହୋଇଥିଲା । ନେପୁ ର ସଭାପତି ତଥା ତାଳଚେର ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ ତତ୍ତ୍ଵାବଧାନରେ ଏହି ବଣ ଭୋଜି ରେ ଅନୁଗୋଳ ର ପୂର୍ବତନ ବିଧାୟକ ରଜନୀକାନ୍ତ ସିଂହ, ପାଲଲହଡ଼ା ରେ ପୂର୍ବତନ ବିଧାୟକ ମୁକେଶ ପାଲ , ଛେଣ୍ଡିପଦା ର ପୂର୍ବତନ ବିଧାୟକ ସୁଶାନ୍ତ କୁମାର ବେହେରା , ଢେଙ୍କାନାଳ ର ପୂର୍ବତନ ସାଂସଦ ମହେଶ ସାହୁ , ଢେଙ୍କାନାଳ ର ବିଜୁ ଜନତା ଦଳ ତରଫରୁ ଗତ ନିର୍ବାଚନରେ ସାଂସଦ ପାର୍ଥି ହୋଇଥିବା ସମାଜସେବୀ ଡାକ୍ତର ଅବିନାଶ ସାମଲ , ହିନ୍ଦ୍ ମଜଦୂର ସଂଘ ର ଜିଲ୍ଲା ସାଧାରଣ ସମ୍ପାଦକ ପବିତ୍ର କୁମାର ବିଶ୍ବାଳ ,ହିନ୍ଦ୍ ମଜଦୂର ସଂଘ ଜିଲ୍ଲା ସଭାପତି ତ୍ରିଲୋଚନ ପ୍ରଧାନ , ନେପୁ ର ପୂର୍ବତନ ସାଧାରଣ ସମ୍ପାଦକ ମାଙ୍ଗିଲାଲ ସାମଲ ଙ୍କ ସହିତ ନେପୁ ର ଅନେକ ପୂର୍ବତନ କର୍ମକର୍ତ୍ତା ଙ୍କ ସହିତ ସଂଗଠନ ସହିତ ଜଡ଼ିତ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । ବଣଭୋଜି ଆଳରେ କିଭଳି ଆଗାମୀ ଦିନରେ ସଂଗଠନ କୁ ସୁଦୃଢ କରାଯାଇ ପାରିବ ସେ ନେଇ ସଂଗଠନ ର ସଭାପତି ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ ଏକ ସଭା ର ଆୟୋଜନ କରିଥିଲେ ଯାହାକୁ ନେପୁ ର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଆଗେଇ ନେଇଥିଲେ । ପୂର୍ବତନ ଉପ ବାଚସ୍ପତି ତଥା ପୂର୍ବତନ ବିଧାୟକ ରଜନୀକାନ୍ତ ସିଂହ ନେପୁ ର ଜୟ ଯାତ୍ରା ର ବିବରଣୀ ଦେଇ ସଂଗଠନ ଆରମ୍ଭରୁ ଆଜି ପର୍ଯ୍ୟନ୍ତ କିଭଳି କାର୍ଯ୍ୟ କରୁଛି ଆଗାମୀ ଦିନରେ କଣ ପଦକ୍ଷେପ ଗ୍ରହଣ କଲେ ସଂଗଠନ ସୁଦୃଢ ହେବା ସହିତ ନାଲକୋ କର୍ମଚାରୀ ଓ ପାରିପାର୍ଶିକ ଗ୍ରାମ ଗୁଡ଼ିକର ଉନ୍ନତି ହୋଇ ପାରିବ ବୋଲି କହିଥିଲେ । ଶେଷରେ ନେପୁ ସଂଗଠନ ର ଯୁଗ୍ମ ସମ୍ପାଦକ ସତ୍ୟଜିତ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।
ଅନୁଗୋଳ ରୁ ସୁଧାକର ସାହୁ