ବଡ଼ଦର୍ଲିପାଲି ସେବାଶ୍ରମ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା
ବରଗଡ଼ -ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବଡ଼ଦର୍ଲିପାଲି ସେବାଶ୍ରମ ବିଦ୍ୟାଳୟ ରେ ଦୁଇ ଦିନ( ତା 07.01.25 ଓ ତା 08.01.25)ଧରି ଚାଲିଥିବା ବାର୍ଷିକ କ୍ରୀଡା ଉଦଯାପିତ ହୋଇ ଯାଇଛି |ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ବିଦ୍ୟାଧର ପଶାୟତ ଙ୍କ ଦ୍ୱାରା ଉଦଘାଟିତ ଏହି କ୍ରୀଡା ଉତ୍ସବରେ ବିଦ୍ୟାଳୟ ର ସମସ୍ତ ବର୍ଗର ଛାତ୍ରଛାତ୍ରୀ ଭାଗନେଇଥିଲେ |ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ଗଜାନନ ବେହେରା ସଭାପତିତ୍ୱ କରିଥିଲେ |ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଯଶୋବନ୍ତ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ |ସମ୍ମାନିତ ଅତିଥି ରୂପେ ମୋ ସ୍କୁଲ ଚେୟାରମ୍ୟାନ ଶ୍ରୀ ରାଧେଶ୍ୟାମ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ଉପସଭାପତି ଶ୍ରୀମତୀ ସେବତୀ ମେହେର, ସଭ୍ୟା ବନିତା ମିର୍ଧା, ସଭ୍ୟା ମୀରା ପଧାନ ଆଦି ଯୋଗଦାନ କରି କୃତୀ ଛାତ୍ରଛାତ୍ରୀ ମାନଂକୁ ପୁରସ୍କୃତ କରିଥିଲେ |ସବ ଜୁନିଅର ଗ୍ରୁପ ରେ କୁମାରୀ ରିତୁ ବରିହା ଓ କୁମାରୀ ଯୋଗିତା ପଟେଲ, ଜୁନିଅର ଗ୍ରୁପରେ କୁମାରୀ ଆଦ୍ଧ୍ୟା ବାରିକ ଓ ଯତୀନ ବେହେରା, ସିନିଅର ଗ୍ରୁପରେ କୁମାରୀ ଶ୍ଵେତା ସିଦାର ଓ ନିର୍ମଳ ମେହେର ଚମ୍ପିୟାନ ହୋଇ ଥିଲେ |ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ବିଦ୍ୟାଧର ପଶାୟତ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ସୁବଳ ବେହେରା, ମୀନକେତନ ଭୈସା, ଶିକ୍ଷୟତ୍ରୀ ରାଧିକା ନାୟକ, ଗାୟତ୍ରୀ ଦଂଶନା, ଚନ୍ଦ୍ରମା ଗଡତିଆ ଓ ମୀରା ପସ|ଏତ ପୁରସ୍କାର ବିତରଣ ରେ ସହଯୋଗ କରିଥିଲେ |