ବିଶ୍ୱକପ ଖୋ ଖୋ ପ୍ରତିଯୋଗିତା ପାଇଁ ଟେକିନିକାଲ ଅଫିସର ଭାବେ ନିଯୁକ୍ତି ପାଇଲେ ତରଜଙ୍ଗା ହାଇସ୍କୁଲ ପି ଇ ଟି =ଶ୍ରଦ୍ଧାମୟୀ
ଜଗତସିଂହପୁର ତା =9/1/25ଦିଲ୍ଲୀ ଠାରେ ଖୋ ଖୋ ଫେଡେରେଁସନ ଅଫ ଇଣ୍ଡିଆ ପକ୍ଷରୁ ଜାନୁଆରୀ 13 ରୁ 19 ତାରିଖ ପର୍ଯ୍ୟନ୍ତ ସାତ ଦିନ ଧରି ସର୍ବ ପ୍ରଥମ ବିଶ୍ୱକପ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବ | ଏଥିରେ 24ଟି ଦେଶ ର ଖୋ ଖୋ ଦଳ ଅଂଶ ଗ୍ରହଣ କରିବେ | ଏହି ପ୍ରତିଯୋଗିତାରେ ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ତରଜଙ୍ଗା ହାଇସ୍କୁଲ ର ଫିଜିକାଲ ଏଦୁକେସନ ଟିଚର ଶ୍ରଦ୍ଧାମୟୀ ରାଉତ ଙ୍କୁ ଟେକିନିକାଲ ଅଫିସର ଭାବେ ଖୋ ଖୋ ଫେଡେରେଁସନ ଅଫ ଇଣ୍ଡିଆ ମନୋନୀତ କରିଛନ୍ତି | ଏଥିନେଇ ଜଗତସିଂହପୁର ଜ଼ିଲ୍ଲା ରେ ଖୁସିର ଲହରୀ ଖେଳିଯାଇଛି | ବିଭିନ୍ନ ମହାଲରୁ ଶ୍ରଦ୍ଧାମୟୀ ଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି | ବିଶ୍ୱକପ ଖୋ ଖୋ ପ୍ରତିଯୋଗିତା ରେ ଶ୍ରଦ୍ଧାମୟୀ ଟେକିନିକାଲ ଅଫିସର ଭାବେ ନିଯୁକ୍ତି ପାଇଥିବାରୁ ଖୋ ଖୋ ଇଣ୍ଡିଆ ଫେଡେରେଁସନ କୁ ଶ୍ରଦ୍ଧାମୟୀ କୃତଜ୍ଞତା ଅର୍ପଣ କରିଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ