ଆତ୍ମରକ୍ଷା କୌଶଳ ସୁରକ୍ଷା ଶିବିର ଅନୁଷ୍ଠିତ
ବଅଁରପାଳ, ୦୯ / ୦୧ ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋନଗର ଆଞ୍ଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ କୁଲାଡ ଠାରେ ୯ ତାରିଖ ଗୁରୁବାର ଦିନ ଛାତ୍ରୀ ଆତ୍ମରକ୍ଷା କୌଶଳ ସୁରକ୍ଷା ଶିବିର ଉଦଘାଟିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତରୁଣ କୁମାର ପଣ୍ଡା କାର୍ଯ୍ୟକ୍ରମ କୁ ଉଦଘାଟିତ କରିଥିବା ବେଳେ ନାଲକୋ ନଗର ଆଦର୍ଶ ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ ମହାନ୍ତ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ପ୍ରତିକୂଳ ପରିସ୍ଥିତି ରେ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଶାନ୍ତ କୁମାର ରାୟ, ସନ୍ତୋଷ କୁମାର ନାଥ, ସନ୍ତୋଷ କୁମାର ସାହୁ, ସୌମ୍ୟରଞ୍ଜନ ମିଶ୍ର, ଅଧ୍ୟାପକ ସୁମିତ୍ରା ସାହୁ, ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କର ମାର୍ଗ ଦର୍ଶନ କରାଇଥିଲେ । କ୍ରୀଡ଼ା ଶିକ୍ଷକ ସଞୟ କୁମାର ପୃଷ୍ଟି ତତ୍ତ୍ୱାବଧାନରେ ଶିବିର ରେ ୭୪ ଜଣ ଛାତ୍ରୀ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଉଛନ୍ତି । ଏହି ପ୍ରଶିକ୍ଷଣ ଶିବିର ଟି ଆଠଦିନ ଧରି ଶିବିର ଚାଲିବାକୁ ଥିବା ବେଳେ ମାଷ୍ଟର ଟ୍ରେନର ଭାବେ ଲିଜ ନାଏକ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ।