ଭୂବନେଶ୍ୱର, ୦୯/୦୧ : ପ୍ରବାସୀ ଭାରତୀୟ ଦିବସ ସମାରୋହରେ ଯୋଗ ଦେବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱରରେ ପହଂଚିଛନ୍ତି । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସିଧାସଳଖ ରାଜଭବନ ଯାଇଛନ୍ତି । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ବିମାନ ବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ ।
ତା’ପରେ ରାଷ୍ଟ୍ରପତି ସିଧାସଳଖ ରାଜଭବନ ଯାଇଛନ୍ତି ଓ ସେଠାରେ ରାତ୍ରିଯାପନ କରିବେ । ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଯୋଗ ଦେଇ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ‘ପ୍ରବାସୀ ଭାରତୀୟ ସମ୍ମାନ’ରେ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମାନ ପାଇବାକୁ ଥିବା ବ୍ୟକ୍ତିବିଶେଷଙ୍କ ନାମ ଘୋଷଣା ସରିଛି ।