ଭୂବନେଶ୍ୱର ୦୯/୦୧ : ପ୍ରବାସୀ ଭାରତୀୟ ଦିବସର ୨ୟ ଦିନରେ ପହଞ୍ଚି ଏହି ସମ୍ମେଳନ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଏହି ଏକ୍ସପ୍ରେସ୍ର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ, ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ।
କିଛି ଦିନ ପରେ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ପୋଙ୍ଗଲ, ବିହୁ ମଧ୍ୟ ପାଳନ ହେବ। ଏଥିପାଇଁ ସବୁଠି ଉତ୍ସବର ବାତାବରଣ। ଓଡ଼ିଶା ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ।ଖଣ୍ଡଗିରି, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ। ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ। ଏହାକୁ ସ୍ମରଣ ପାଇଁ ବାଲିଯାତ୍ରା ହୁଏ। ଧଉଳି ଶାନ୍ତିର ପ୍ରତୀକ।ସମ୍ରାଟ ଅଶୋକ ଏଠାରେ ଧର୍ମାଶୋକରେ ପରିଣତ ହୋଇଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ଚାଲିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣମାନଙ୍କ ପାଇଁ ବିଦେଶରେ ମୁଁ ଗର୍ବ ଅନୁଭବ କରେ । ଭାରତୀୟ ଯେଉଁଠି ଯାଆନ୍ତି ସେଠାର ନିୟମ ସହ ଯୋଡ଼ି ହୋଇଯାଆନ୍ତି।ଭାରତ ଅର୍ଥନୀତିରେ ଦଶମରୁ ପଞ୍ଚମ ସ୍ଥାନକୁ ଉଠିଛୁ। ଭାରତ ବିଶ୍ଵରେ ପଞ୍ଚମ ବୃହତ ଅର୍ଥନୀତି ହୋଇଛି। ଭାରତ କଥାକୁ ଆଜି ପୁରା ବିଶ୍ଵ ଶୁଣୁଛି। ଭାରତର ପ୍ରକୃତ ଇତିହାସକୁ ବିଶ୍ବରେ ପହଞ୍ଚାନ୍ତୁ ବୋଲି ମୋଦି ଆହ୍ବାନ କରିଛନ୍ତି ।